ଗଜପତି: ଶର୍ଦାପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ବିଳମ୍ବିତ ରାତିରେ ପ୍ରଚାର ସାରି ଫେରୁଥିଲା ବେଳେ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଶର୍ଦାପୁର ପଞ୍ଚାୟତରେ ନିର୍ବାଚନୀ ହିଂସା । ଶର୍ଦାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ବିଳମ୍ବିତ ରାତିରେ ପ୍ରଚାର ସାରି ଫେରୁଥିଲା ବେଳେ ଆକ୍ରମର ହୋଇଛି ।

ଗୁରୁତର ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି ।

You might also like