ଗଜପତି : କ୍ଲାସ ରୁମରୁ ନର୍ସିଂ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ଯା ନା ହତ୍ଯା ତାହା ସ୍ପଷ୍ଟ ହୋଇନାହିଁ

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣିପେଣ୍ଠ ଠାରେ ଥିବା ଘରୋଇ କରଣ ନର୍ସିଂ କଲେଜରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଛାତ୍ରୀ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଗୋପାଳପୁର ଗ୍ରାମର ଅଖିଳା ବେହେରା । ସେ ବିଏସସି ନର୍ସିଂ ପ୍ରଥମ ବର୍ଷରେ ପଢୁଥିଲେ । ତାଙ୍କର ଶବ ଲେକ୍ଚରର ରୁମରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଆତ୍ମହତ୍ଯା ନା ହତ୍ଯା ତାକୁ ନେଇ ବର୍ତ୍ତମାନ ପାରଳାଖେମୁଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.