ନୌସେନା ଦିବସ ସମାରୋହ ପାଇଁ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କଲେ ନୌସେନା ଅଧିକାରୀ

ପୁରୀ :  ନୌସେନା ଦିବସ ସମାରୋହ ପାଇଁ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ କଲେ ନୌସେନା ଅଧିକାରୀ । ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀଙ୍କୁ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରିତ କରାଯାଇଛି । ଶ୍ରୀନହର ଯାଇ ନିମନ୍ତ୍ରଣ କରାଯାଇଛି।

ପ୍ରକାଶଯୋଗ୍ୟ, ଡିସେମ୍ବର ୪ରେ ପୁରୀରେ ପାଳନ ହେବ ଭାରତୀୟ ନୌସେନା ଦିବସ । କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ, ୪୦ ଏୟାରକ୍ରାଫ୍ଟ । ଦିଗବାରିଣୀ ଛକରୁ ବଳିଆପଣ୍ଡା ବେଳାଭୂମିରେ ସୋ ଦେଖିପାରିବେ ଲୋକ । ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ । ଆଜି ଓ କାଲି ଫୁଲ୍ ଡ୍ରେସ ରିହରସାଲ କରାଯିବ । ପୁରୀ ବେଳାଭୂମିରେ ଡ୍ରୋନ ଶୋ ପ୍ରଦର୍ଶନ କରାଯିବ । ଭାରତୀୟ ନୌସେନା ଦିବସ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶ୍ବ  ନୌସେନାର ବୀରତ୍ବ ଦେଖିବ ।