ବଡ଼ ରଥକୁ ନେଇ ବିବାଦ, ଏପରି କରିବା ଉଚିତ ନୁହେଁ ବୋଲି କହିଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ (କେନ୍ୟୁଜ୍‌) : କେନ୍ଦୁଝର ରଥକୁ ବିଶ୍ୱର ସବୁଠୁ ଉଚ୍ଚା ରଥ ଭାବେ ଗିନିଜ ବୁକ ଅଫ ଓ୍ଵାର୍ଲଡ ରେକର୍ଡ଼ରେ ସ୍ଥାନ ମିଳିଛି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏ ନେଇ ମତ ରଖିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ସେ କହିଛନ୍ତି ପୁରୁଷୋତ୍ତମ କ୍ଷେତ୍ର ଓ ରଥଯାତ୍ରାର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ମହାପ୍ରଭୁଙ୍କ ରଥ ଠାରୁ ଅନ୍ୟ କୌଣସି ଜଗନ୍ନାଥ ରଥ ଅଧିକ ଉଚ୍ଚା ହେବା ଉଚିତ ନୁହେଁ ।

ଶ୍ରୀକ୍ଷେତ୍ର ଧାମ ହେଉଛି ମହାପ୍ରଭୁଙ୍କ ମୂଳ ପୀଠ । ଏଠାରେ ଯାହା ନୀତିକାନ୍ତି ହୁଏ ତାକୁ ସବୁ ଠାରେ ଅନୁସରଣ କରାଯାଏ । ଅତୀତରୁ ଏଯାଏ ସମସ୍ତେ ଏହା କରି ଆସୁଛନ୍ତି । ଏଣୁ ମହାପ୍ରଭୁଙ୍କ ରଥରୁ ଅଧିକ ଉଚ୍ଚର ରଥ ନିର୍ମାଣ ହେବା କଥା ନୁହେଁ । ଏନେଇ ସମସ୍ତେ ସଚେତନ ହେବା ଉଚିତ ।
ସେହିପରି ପୁରୀ ରଥ ଠାରୁ ବଡ଼ ରଥ ନିର୍ମାଣ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଶ୍ୱକର୍ମା ମହାରଣା ଓ ସଂସ୍କୃତି ଗବେଷକ l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.