ସମଗ୍ର ବିଶ୍ୱରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରୀକ୍ଷେତ୍ର ମନ୍ଦିର ଢାଞ୍ଚାରେ ନୀତିକାନ୍ତି କରିବାକୁ ପରାମର୍ଶ ଦେଲେ ଗଜପତି ମହାରାଜ

ପୁରୀ(କେନ୍ୟୁଜ୍): ଓଡ଼ିଆ ସମାଜ ଆସୋସିଏସନ ନାଇଜେରିଆ, ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଏବଂ ସଭା ଆନୁକୂଲ୍ଯର ପ୍ରଚେଷ୍ଟାରେ ଏକ ଅନଲାଇନ ୱେବିନାର ଅନୁଷ୍ଠିତ ହୋଇଛି। ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ଦିବ୍ଯସିଂହ ଦେବ ଯୋଗ ଦେଇ ସମଗ୍ର ବିଶ୍ୱରେ ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ମୂଳପୀଠ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ନୀତିକାନ୍ତି କରିବାକୁ ପରାମର୍ଶ ଦେଇଛନ୍ତି।
ଏଥିସହ ବିଶ୍ୱର ବିଭିନ୍ନ ଦେଶର ଜଗନ୍ନାଥପ୍ରେମୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଦାରୁ ବିଗ୍ରହ କାହିଁକି ଅଧାଗଢ଼ା ହୋଇଛି, ୬ଟି ରଥ କିଭଳି ଓ କାହିଁକି ହେଉଥିଲା, ମହାପ୍ରଭୁଙ୍କ ଦୈନ୍ଦନ୍ଦିନ ଓ ସ୍ୱତନ୍ତ୍ରନ୍ତ ନୀତିକାନ୍ତି, ପୂଜାପଦ୍ଧତି, ନିକଟରେ ଦୀର୍ଘ ୨୫ବର୍ଷ ପରେ ଅନୁଷ୍ଠିତ ହୋଇଥିବା ନାଗାର୍ଜୁନ ବେଶ, ମହାପ୍ରଭୁଙ୍କ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତି ସମ୍ପର୍କିତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ।