ଏ କି ସମ୍ନାନ, ପୁରସ୍କୃତ ମାନପତ୍ରରେ ଲେଖାଯାଇନାହିଁ ନାମ

ଗଜପତି(କେନ୍ୟୁଜ୍) : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚବିଦ୍ୟାଳୟ ପରିସରରେ ଡ଼ିସେମ୍ବର ୬ ଏବଂ ୭ତାରିଖ ଦୁଇଦିନ ଧରି ଜିଲ୍ଲାସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ଓ ବିଜ୍ଞାନ ପଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ମୋଟ ୧୦୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ସେଥିରେ ରାଜ୍ୟସ୍ଥରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

gajapati 2

ସେଗୁଡ଼ିକ ଇଂରାଜୀ ଭାଷାରେ ମୁଦ୍ରଣ କରାଯାଇଥିବା ବେଳେ ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ଲେଖାନଯାଇ ଖାଲି ପ୍ରମାଣପତ୍ର (ସାର୍ଟିଫିକେଟ) ପ୍ରଦାନ କରାଯାଇଥିଲା। ବିଡ଼ମ୍ବନାର ବିଷୟ ଏହାକି, ଓଡ଼ିଆ ଭାଷାପ୍ରତି ବିଭାଗୀୟ ଅଧିକାରୀ ଓ ଆୟୋଜକ ମାନଙ୍କ କେତେ ଆନ୍ତରିକତା ରହିଛି ତାହା ପ୍ରମାଣିତ ହେଉଛି। ତାହାପୁଣି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିଥିବା ପାରଳାଖେମୁଣ୍ଡିର ମହାରାଜା କ୍ଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜନ୍ମମାଟି ଓ ତାଙ୍କ ପରିବାରବର୍ଗ ଦ୍ବାରା ନିର୍ମାଣ କରାଯାଇଥିବା ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like