ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ, କହିଲେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ

କେନ୍ୟୁଜ୍ (ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି, ସବୁ କଥା ମଣିଷ ହାତରେ ନଥାଏ । ଅସାଧାରଣ ପରିସ୍ଥିତିରେ ମହାପ୍ରଭୁଙ୍କ ଯାତ୍ରା ବିଧାନରେ ପରିବର୍ତ୍ତନ ସମଗ୍ର ବିଶ୍ୱରେ ଭକ୍ତମାନଙ୍କୁ ଦୁଃଖ ଦେବ ଏଥିରେ ସନ୍ଦେହ ନାହିଁ । ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ମାନିବାକୁ ବାଧ୍ୟ । ରାୟକୁ ନେଇ ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ବସିବ । ଯେହେତୁ ବାହାରେ ରଥଯାତ୍ରା ହୋଇ ପାରିବ ନାହିଁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ ମହାପ୍ରଭୁଙ୍କ ନୀତିକାନ୍ତି ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ମତାମତ ଲୋଡ଼ଯିବ ବୋଲି କହିଛନ୍ତି ଗଜପତି ମହାରାଜା । ବିଧି ପରଂପରା ଓ ଶାସ୍ତ୍ର ଅନୁସାରେ କଣ ହେବ ସେନେଇ ମ୍ୟାନେଜିଂ କମିଟି ବୈଠକରେ ଆଲୋଚନା କରାଯିବ । ଏହାପରେ ସବୁକିଛି ସ୍ପଷ୍ଟ ହେବ ବୋଲି କହିଛନ୍ତି ଗଜପତି ମହାରାଜ ।

c ଏବର୍ଷ ହେବନି ରଥଯାତ୍ରା । ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ଲାଗିଲା ରୋକ । ଆସନ୍ତା ୨୩ ତାରିଖରେ ଘୋଷଯାତ୍ରା । ଏହାର ଚାରି ଦିନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏବର୍ଷ ହେବନି ରଥଯାତ୍ରା । ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପରେ ଲାଗିଲା ରୋକ । ଆସନ୍ତା ୨୩ ତାରିଖରେ ଘୋଷଯାତ୍ରା । ଏହାସହ ରାଜ୍ୟର କୌଣସି ମନ୍ଦିରରେ ରଥଯାତ୍ରା ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ମହାମାରୀ ପରିସ୍ଥିତିରେ ଜନସ୍ୱାର୍ଥ ଓ ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌. ଏ. ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ, ଆମେ ରଥଯାତ୍ରାକୁ ଅନୁମତି ଦେବୁ ନାହିଁ । ଯଦି ଦେବୁ ତେବେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ତେଣୁ ରଥଯାତ୍ରା ସମ୍ପର୍କିତ ସମସ୍ତ କାର‌୍ୟ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଉଦାହରଣ ଦେଇ କହିଥିଲ ଏବର୍ଷ ଅଲିମ୍ପିକ୍ସ ବି ସ୍ଥଗିତ ରହିଛି ।

ରଥଯାତ୍ରା ବନ୍ଦ କରିବା ନେଇ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୁବଶୀଘ୍ର ବସିପାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।ଏହାସହ ରାଜ୍ୟର କୌଣସି ମନ୍ଦିରରେ ରଥଯାତ୍ରା ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ୍ ମହାମାରୀ ପରିସ୍ଥିତିରେ ଜନସ୍ୱାର୍ଥ ଓ ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ ଏସ୍‌. ଏ. ବୋବଡେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଥିଲେ, ଆମେ ରଥଯାତ୍ରାକୁ ଅନୁମତି ଦେବୁ ନାହିଁ । ଯଦି ଦେବୁ ତେବେ ପ୍ରଭୁ ଜଗନ୍ନାଥ ଆମକୁ କ୍ଷମା କରିବେ ନାହିଁ । ତେଣୁ ରଥଯାତ୍ରା ସମ୍ପର୍କିତ ସମସ୍ତ କାର‌୍ୟ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଲକ୍ଷ ଲକ୍ଷ ଲୋକଙ୍କ ସମାଗମକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଉଦାହରଣ ଦେଇ କହିଥିଲ ଏବର୍ଷ ଅଲିମ୍ପିକ୍ସ ବି ସ୍ଥଗିତ ରହିଛି । ରଥଯାତ୍ରା ବନ୍ଦ କରିବା ନେଇ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର ହୋଇଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୁବଶୀଘ୍ର ବସିପାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।

Leave A Reply

Your email address will not be published.