ରାଜ୍ୟ

ଗଜପତିର ଶାବର ଶ୍ରୀକ୍ଷେତ୍ରର ବାହୁଡା ଯାତ୍ରା

ଓଡିଶାର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ । ଜଗନ୍ନାଥଙ୍କ ଇତିହାସ ଯେତିକି ପୁରାତନ ସେତିକି ଗୁପ୍ତ । ଚଳିତ ମାସରେ ପ୍ରଭୁଙ୍କର ପାଳିତ ହୋଇଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। । ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପୌରାଣିକ ସମ୍ପର୍କ ପୁରୀ ସହିତ ଜଡିତ ରହିଛି । ଜଗନ୍ନାଥ ସଂସ୍କୃତି ଓଡିଶାର କୋଣ ଅନୁକୋଣରେ ପରିବ୍ଯାପ୍ତ । ସେହି ପରି ଏକ ଜଗନ୍ନାଥ ସଂସ୍କୃତିର ସ୍ଥଳୀ ଗଜପତି ଜିଲ୍ଲାର ଶାବର ଶ୍ରୀକ୍ଷେତ୍ର ନାମନଗଡ ।କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଅନେକ ସ୍ଥାନ ଏପରି ରହିଛି ଯାହାର ପ୍ରଚାର ପ୍ରସାର ଅଭାବରୁ ଲୋକ ଲୋଚନକୁ ଆସିପାରୁନି । ଚଳିତ ବର୍ଷ ଏଠାରେ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି ।

ଗଜପତି ଜିଲ୍ଲା ଦୁର୍ଗମ ଅଞ୍ଚଳର ଆଦିବାସୀ ଅଧ୍ୟୁଶିତ ଗୁମ୍ମା ବ୍ଲକର ନାମନଗଡ ଗ୍ରାମ । ଗଙ୍ଗବଶୀୟ ରାଜୁତି ସମୟରେ ଏଠାରେ ମୁଠା ହେଡ୍‌ ତଥା ବିଷୋୟୀ ମାନେ ଏହି ଗଡର ରକ୍ଷା ସହ ଅଞ୍ଚଳ ରଜାର ଭୂମିକା ବହନ କରୁଥିଲେ । ଇତିହାସକୁ ଦେଖିଲେ ଜଣାପଡେ ଯେ ଜଗନ୍ନାଥ ସଂସ୍କୃତିରେ କଳାପାହାଡ ଶ୍ରୀମନ୍ଦିର ଆକ୍ରମଣ କରିବା ସମୟରେ ସମଗ୍ର ରାଜ୍ଯରେ ଭୟ ଖେଳିଯାଇଥିଲା। । ଜଗନ୍ନାଥ ସଂସ୍କୃତି ସହ ଜଡିତ ସବୁ ଅଞ୍ଚଳରେ ପୁଜା ପାଉଥିବା ଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରାଙ୍କୁ ଗୁପ୍ତରେ ରଖିବା ପାଇଁ ଶାସକ ମାନେ ପ୍ରୟାସ କଲେ ।

ଏହି ପରିପେକ୍ଷୀରେ କେଉଁଠୁ ଆସି ଗୁପ୍ତରେ ନାମନଗଡରେ ଜଗନ୍ନାଥ ରହିଗଲେ । ତେବେ ଶହ ଶହ ବର୍ଷ ହେବ ନାମନଗଡରେ କେବଳ ଜଗନ୍ନାଥଙ୍କ ପୂଜା ଓ ଗୋଟିଏ ରଥ ର୍ନିମାଣ କରାଯାଇ ରଥଯାତ୍ରା ପାଳନ ହୋଇଥାଏ । ତେବେ ସବୁଠାରୁ ଖୁସିର କଥା ଏବେ ରଜା ଶାସନ ସହ ମୁଠା ହେଡ୍‌ ଓ ବିଷୋୟୀ ମାନଙ୍କ ଶାସନ ନରହିଲେ ମଧ୍ୟ ନାମନଗଡର ବିଷୋୟୀ ପରିବାର ନିଜସ୍‌ୱ ଖର୍ଚ୍ଚରେ ରଥଯାତ୍ରା କରାଇଆସୁଛନ୍ତି । ସବୁ ବର୍ଷ ଏଠାରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଯାତ୍ରାକୁ ଆସୁଥିଲେ ମଧ୍ୟ ଚଳିତ ବର୍ଷ ନିଜେ ଗଜପତି ଜିଲ୍ଲାପାଳ ଯାଇ ମନ୍ଦିରର ବିକାଶ ସହ ରଥଯାତ୍ରା ପାଇଁ ଅଭାବ ଦେଖାଦେଇଥିବା କାଠ ପାଇଁ ପାରଳାଖେମୁଣ୍ଡି ରଥଯାତ୍ରା କମିଟି ସହାୟତାରେ କାଠ ଯୋଗାଇଥିଲେ । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା, ପୋଲିସ ଓ ପ୍ରଶାସନର ଏହି ସହାୟତାକୁ ଧନ୍ଯବାଦ ଜଣାଇଛନ୍ତି ।

ତେବେ କରୋନା ଯୋଁଗୁ ବନ୍ଦ ଥିବା ଏହି ଯାତ୍ରା ଚଳିତ ବର୍ଷ ପାଳନ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ରଥଯାତ୍ରାରେ ମଧ୍ୟ ଖ୍ରୀଷ୍ଟୀୟାନ ବହୁଳ ଅଞ୍ଚଳ ହୋଇଥିବାରୁ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟୀୟାନ ଭାଇ ଭଉଣି ମିଳିତ ଭାବେ ଯାତ୍ରାରେ ସାମିଲ ହୋଇଥିଲେ । ଏଠାରେ ମହିଳା ଓ ପୁରୁଷ ଉଭୟ ମିଳିତ ଭାବେ ରଥ ଟାଣିବା ପରମ୍ପରା ରହିଛି , ଯାହା ମହିଳା ଓ ପୁରୁଷ ସମାନର ବାର୍ତ୍ତା ସମଗ୍ର ବିଶ୍ୱକୁ ଦେଇଆସୁଛି ।

D Sonali

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

47 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago