ମହାରାଣୀଙ୍କ ସହ ପୁରୀ ଶ୍ରୀମନ୍ଦିର ଦର୍ଶନ କଲେ ଗଜପତି ମହାରାଜ

ପୁରୀ(କେନ୍ଯୁଜ୍) : ମହାରାଣୀଙ୍କ ସହ ପୁରୀ ଶ୍ରୀମନ୍ଦିର ଦର୍ଶନ କଲେ ଗଜପତି ମହାରାଜ । ପରଂପରା ଅନୁଯାୟୀ, ଗଜପତି ଦିବ୍ୟସିଂହ ଦେବ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିର ପ୍ରବେଶ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସଂଧ୍ୟା ଆଳତି ପରେ ଗଜପତି ପବିତ୍ର କାର୍ତ୍ତିକ ମାସରେ ଶ୍ରୀଜିଉଙ୍କୁ ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ମଙ୍ଗଳ କାମନା କରିଥିଲେ । ଗଜପତିଙ୍କ ସହ ତାଙ୍କ ରାଜଗୁରୁ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀମାନେ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀମନ୍ଦିରରେ ସମସ୍ତଙ୍କ ସହମତିରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବା ଆବଶ୍ୟକ ବୋଲି କହିଥିଲେ ଗଜପତି । ସେବାୟତ, ଭକ୍ତ ସମସ୍ତଙ୍କ ସହଯୋଗରେ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯାଇପାରିବ ବୋଲି ସେ ମତ ଦେଇଥିଲେ ।