ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ କଲେ ଜୁଆଡି, ସରପଞ୍ଚଙ୍କ ସମେତ ୨ ସହଯୋଗୀ ଅଟକ

କାକଟପୁର (କେ ନ୍ୟୁଜ): ଜୁଆ ଆଡାରେ ପୋଲିସ ଉପରେ ସଂଘବଦ୍ଧ ଆକ୍ରମଣ । ସଂଘବଦ୍ଧ ଆକ୍ରମଣ କରିବା ସହ ପୋଲିସ ମାନଙ୍କ ଠାରୁ ବନ୍ଧୁକ ଛଡାଇନଲେ ଦୁବୃତ୍ତ । ଏହି ଘଟଣାରେ ୩ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ୪ ଜୁଆଡି ସହ ୩ ଆକ୍ରମଣ କାରିଙ୍କୁ କାବୁ କରିଛନ୍ତି କାକଟପୁର ପୋଲିସ । ଗତକାଲି ରତିରେ କାକଟପୁର ଥାନାର ଅପହଂଚ ଭଣ୍ତିସାହି ଅଂଚଳରେ ଜୁଆ ଆଡା ଉପରେ କାକଟପୁର ପୋଲିସ ପକ୍ଷରୁ ଚଢାଉ କରା ଯାଇଥିଲା । ବିଳମ୍ବିତ ରାତିରେ ଚଢାଉ ସମୟରେ ଘଟଣା ସ୍ଥଳରେ ଥାନା ଅଧିକାରୀ ସୁଜିତ ଦାଶ ଓ ତାଙ୍କ ଟିମଙ୍କ ସହ ଚଢାଉ କରିବାପରେ ୪ ଜୁଆଡିକୁ କାବୁ କରିବା ସହ ନଗଦ ୧୨ହଜାର ଟଙ୍କା ଓ ୮ଟି ମୋବାଇଲ ଜବତ କରିଥିଲେ । ଥାନା ଭ୍ୟାନରେ ଅଭିଯୁକ୍ତକୁ

ଥାନାକୁ ଆଣିବା ସମୟରେ ଥାନା ଭ୍ୟାନକୁ ଅଟକାଇ ଅଭିଯୁକ୍ତଙ୍କୁ ଛଡ଼ାଇ ନେବାକୁ ଉଦ୍ୟମ କରିବା ସହ ଜୁଆଡିଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରିଥିଲେ କିଛି ଅସାମାଜିକ ଯୁବକ । ଏହା ସହ ଭ୍ୟାନ ଡ୍ରାଇଭରକୁ ଆକ୍ରମଣ କରିବାକୁ ଉଦ୍ୟମ କରି ଫେଲ ହେବାପରେ ବାଇକରେ ଫେରୁଥିବା ୩ ପୁଲିସ ଅଧିକାରୀଙ୍କୁ ମରଣାତ୍କ ଆକ୍ରମଣ କରିଥିଲେ । ଏହି ସମୟରେ ଥାନା ଅଧିକାରୀ ସୁଜିତ ଦାଶ, ହାବିଲଦାର ଦୁର୍ଗାଚରଣ ମହାନ୍ତି ଘଟଣା ସ୍ଥଳରେ ପହଁଚି ୬ ଆକ୍ରମଣ କାରୀଙ୍କ ମଧ୍ୟରୁ ୩ଜଣଙ୍କୁ କାବୁ କରିଥିଲେ । ଏହି ଭଳି ବେଆଇନ କାର୍ଯ୍ୟକୁ ପୋତ୍ସାହନ ଦେବା ସହ ପୁଲିସ ଉପରେ ଆକ୍ରମଣ କରିବା ଅଭିଯୋଗରେ ଗାଁର ସରପଞ୍ଚଙ୍କ ସମେତ ତାଙ୍କର ୨ ସହଯୋଗିକୁ ଅଟକ ରଖିଛନ୍ତି ସ୍ଥାନୀୟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.