ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଗଣପତି ବସ୍ତି କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ, ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ ଗଣପତି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । ଗତକାଲି ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ବସ୍ତି ଓ ନିକଟବର୍ତ୍ତୀ ଅଞ୍ଚଳକୁ ସିଲ୍‌ କରି ଦିଆଯାଇଥିଲା । କିଛି ଦିନ ତଳେ ବସ୍ତିର ଜଣେ ଗର୍ଭବତୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ପରେ ମହିଳା ଓ ତାଙ୍କ ପରିବାର ଲୋକ, ପଡୋଶୀଙ୍କୁ ସଙ୍ଗରୋଧରେ ରଖାଯାଇଥିଲା। ପରେ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୬ଜଣ ପୁରୁଷ ଥିବା ବେଳେ ୮ଜଣ ମହିଳା ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିଏମ୍‌ସି ପକ୍ଷରୁ କଣ୍ଟେନମେଣଅଟ ଜୋନ୍‌ ଘୋଷଣା କରାଯାଇଛି।

ଗଣପତି ବସ୍ତିର ବୈରାଗୀ ଚରଣ ମିସନରୁ ତାରିଣୀ ମନ୍ଦିର, ତାରିଣୀ ମନ୍ଦିରରୁ ଅନ୍ନପୂର୍ଣ୍ଣା ମଣ୍ଡପ ଭାୟା ହାଟ, ଅନ୍ନପୂର୍ଣ୍ଣା ମଣ୍ଡପରୁ ବୈରାଗୀ ଚରଣ ମିସନ୍‌ ଭାୟା ପ୍ଲଟ ନମ୍ବର ଏନ୍‌ -୬/୨ ପର୍ଯ୍ୟନ୍ତ ଅଞ୍ଚଳକୁ ସିଲ୍‌ କରାଯାଇଛି। ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଓ ଔଷଧ ଯୋଗାଇବ ବୋଲି ବିଏମ୍‌ସି ତରଫରୁ ପ୍ରତିଶ୍ରୁତି ଦିଆଯାଇଛି । କଣ୍ଟେନମେଣ୍ଟ ଜୋନ୍‌ ଅଞ୍ଚଳ ମଧ୍ୟରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ।

Leave A Reply

Your email address will not be published.