ବିଶ୍ବବ୍ଯାପୀ ପାଳନ ହେଉଛି ଗାନ୍ଧୀ ଜୟନ୍ତୀ

ଦିଲ୍ଲୀ(କେନ୍ଯୁଜ୍) : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ । ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ପାଳନ କରାଯାଉଛି । ଦେଶସାରା ବିଭିନ୍ନ କାର୍ଯ୍ଯକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ର ନରେନ୍ଦ୍ର ମୋଦି ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

gandhi ସେହିପରି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ପ୍ରମୁଖ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟ ଘାଟ ଯାଇ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ରାଜ୍ଯରେ ମଧ୍ଯ ଆୟୋଜିତ ହେଉଛି କାର୍ଯ୍ଯକ୍ରମ :

baliyantaଆଜିଠୁ ଆରମ୍ଭ ହେବ ଶାନ୍ତି ସଦଭାବନା ଜ୍ୟୋତି ଯାତ୍ରା । ଜାତିର ପିତା ମହାତ୍ମାଗାନ୍ଧୀ ଓ ତାଙ୍କ ସହ ଧର୍ମଣୀ କସ୍ତୁରବା ଗନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ଯାତ୍ରା ଆରମ୍ଭ ହେବ । ଓଡିଶା ଗାନ୍ଧିବାଦୀ ଫୋରମ ସଙ୍ଗଠନ ଏହି କାଯ୍ୟକ୍ରମର ଆୟୋଜନ କରିଛି । ଏହି ଅବସରରେ ବାଲିଅନ୍ତାରେ ଥିବା ଗାନ୍ଧୀ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହି ଜ୍ୟୋତି ଯାତ୍ରା ସାରା ରାଜ୍ୟର ୩୦ ଜିଲ୍ଲା ପରିଭ୍ରମଣ କରିବ ।

ଭଦ୍ରକ ଗରଦପୁରର ଗାନ୍ଧୀ ଓଡ଼ିଶା ବାଳାଶ୍ରମ:

bhadrakସ୍ୱାଧୀନତା ସଂଗ୍ରାମ ସମୟରେ ସାରା ଦେଶ ବୁଲିଥିଲେ ମହାତ୍ମା ଗାନ୍ଧୀ । ଓଡ଼ିଶାକୁ ଯେଉଁ କେତେକ ସ୍ଥାନକୁ ଆସିଥିଲେ, ସେଥିରୁ ଗୋଟିଏ ଭଦ୍ରକର ଗରଦପୁର । ଯେଉଁ ସ୍ଥାନରେ ଗାନ୍ଧୀ ତିନି ଦିନ ରହିଥିଲେ ସେହି ସ୍ଥାନରେ ଏବେ ରହିଛି ଗାନ୍ଧୀ ଓଡ଼ିଶା ବାଳାଶ୍ରମ । ହରିଜନ ପଦଯାତ୍ରାରେ ୧୯୩୪ ଜୁନ ୫ ତାରିଖରେ ଗାନ୍ଧୀଜୀ ଏଠାକୁ ଆସିଥିଲେ । ଏଠାରେ ଛାଡି ଯାଇଥିଲେ ସେ ବ୍ୟବହାର କରୁଥିବା କିଛି ସାମଗ୍ରୀ । ତାଙ୍କ ଗସ୍ତ ପରେ ଏଠାରେ ପ୍ରତିଷ୍ଠା ହୋଇଥିଲା ବାଳାଶ୍ରମ । ଏଠାରେ ୨ଶହରୁ ଅଧିକ ଅନାଥ ପିଲା ରହୁଛନ୍ତି । ଏଠାରେ ଆଜି ସାଇତା ହୋଇ ରହିଛି ଗାନ୍ଧୀଜୀ ଛାଡି ଯାଇଥିବା ସବୁ ସାମଗ୍ରୀ । ଏଠାରେ ମଧ୍ଯ ଗାନ୍ଧିଜୀଙ୍କ ଜୟନ୍ତୀ ଅବସରରେ ପାଳିତ ହୋଇଥାଏ ବିଭିନ୍ନ କାଯ୍ଯକ୍ରମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.