ଚାନ୍ଦବାଲି: ଚାରିବାଟିଆଟାରେ ଥିବା ମହାତ୍ମାଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ମାଲ୍ୟାର୍ପଣ ଓ ସ୍ମୃତିଚାରଣ

ଚାନ୍ଦବାଲି(କେନ୍ୟୁଜ୍‌): ଜାତିର ପିତା ମହାତ୍ମାଗାନ୍ଧିଙ୍କ ଜନ୍ମ ଜୟନ୍ତୀ ଅବସରରେ ଭଦ୍ରକ ଜିଲ୍ଲା ପିରାହାଟର ଅଗ୍ରଣୀ ସଂଗଠନ ପ୍ରଦେଶ ସେବା ସଂଗଠନ ପକ୍ଷରୁ ପିରାହାଟରୁ ଚାରିବାଟିଆ ପର୍ଯ୍ୟନ୍ତ ପଦଯାତ୍ରା କରାଯିବା ସହ ଗାନ୍ଧିଙ୍କ ସ୍ମୃତିଚାରଣ କରାଯାଇଛି । ସବୁ ବର୍ଷ ପରି ଆଜି ମଧ୍ୟ ଗାନ୍ଧି ଜୟନ୍ତୀ ଅନବସରରେ ପ୍ରଦେଶ ସେବା ସଂଗଠନର ସଦସ୍ୟମାନେ ପିରାହାଟ ଠାରୁ ଚାରିବାଟିଆ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଚାରିବାଟିଆ ଠାରେ ଥିବା ମହାତ୍ମାଗାନ୍ଧିଙ୍କ ସ୍ମୃତିପୀଠରେ ଥିବା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

gandi jayantiଅନ୍ୟପଟେ ପିରାହାଟରୁ ଚାରିବାଟିଆ ପର୍ଯ୍ୟନ୍ତ ରାସ୍ତାଟି ଅତ୍ୟନ୍ତ ଖରାପ ଥିବାରୁ ଏହି ରାସ୍ତାକୁ ମରାମତି କରିବା ସହ ମହାତ୍ମାଗାନ୍ଧିଙ୍କ ସ୍ମୃତି ପୀଠ ଚାରିପାଖରେ ଆବଦ୍ଧ କରିବା ସହ ସେଠାରେ ଏକ ମିନିପାର୍କ କରିବାକୁ ପ୍ରଦେଶ ସେବା ସଂଗଠନ ତରଫରୁ ଦାବି କରାଯାଇଛି ।