ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କୁ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ସମ୍ମାନ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ଶିକ୍ଷାବିତ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଗୁରୁବାର ନୂଆଦିଲ୍ଲୀଠାରେ ପ୍ରଦାନ କରାଯାଇଛି ‘ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର’ । ଶିକ୍ଷା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବିଲିଭ ଫାଉଣ୍ଡେସନ, ଡ. ରମଣ ଭାଇ ପଟେଲ ଫାଉଣ୍ଡେସନ, ଆଫ୍ରିକା ରାଇଜିଂ ଫାଉଣ୍ଡେସନ, ସଣ୍ଡେ ଗାର୍ଡିଅନ ଫାଉଣ୍ଡେସନ ଏବଂ ଗୋଦ୍‌ରେଜ ଅନୁଷ୍ଠାନର ମିଳିତ ଉଦ୍ୟମରେ ଗଠିତ ‘ଗାନ୍ଧୀ ମଣ୍ଡେଲା ପିସ୍‌ ଇନିିିସିଏଟିଭ’ ପକ୍ଷରୁ ଏହି ପୁରସ୍କାର ଦିଆଯାଇଛି । ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଏହି ଅବସରରେ ସଂପୃକ୍ତ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ଡ. ଅଚ୍ୟୁତ ସାମନ୍ତଙ୍କୁ ପୁରସ୍କୃତ କରିଥିଲେ । ଦୀର୍ଘ ୩୦ ବର୍ଷ ଧରି କ୍ଷୁଧା, ଦାରିଦ୍ର୍ୟ ଓ ନିରକ୍ଷରତା ଦୂରୀକରଣ ଦିଗରେ ତାଙ୍କ ସହିତ କାର୍ଯ୍ୟ କରି ଆସୁଥିବା ଲୋକମାନଙ୍କୁ ଡ. ସାମନ୍ତଙ୍କ ଏହି ପୁରସ୍କାର ଉତ୍ସର୍ଗ କରିଛନ୍ତି ।

photo2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.