ପରଲୋକରେ ଗାନ୍ଧୀ ସ୍ମାରକୀ ନିଧିର ପୂର୍ବତନ ସଭାପତି ସୁମିତ୍ରା ଚୌଧୁରୀ, କଟକ ବାଖରାବାଦ ବାସଭବନରେ ହୋଇଛି ଦେହାନ୍ତ
କଟକ(କେନ୍ୟୁଜ୍): ପରଲୋକରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ପୂର୍ବତନ ସଭାପତି ସୁମିତ୍ରା ଚୌଧୁରୀ । ମୃତ୍ୟୁବେଳକୁ ତାଙ୍କୁ ତାଙ୍କୁ ୯୫ ବର୍ଷ ହୋଇଥିଲା । କଟକ ବାଖରାବାଦ ବାସଭବନରେ ଦେହାନ୍ତ ହୋଇଛି। ବୟାସାଧିକ କାରଣରୁ ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ । ସୁମିତ୍ରା ଚୌଧୁରୀ ମନମୋହନ ଚୌଧୁରୀଙ୍କ ପତ୍ନୀ ଓ ମା ରମାଦେବୀଙ୍କ ବୋହୂ । ଭୂଦାନ ଆନ୍ଦୋଳନ, ଜୟପ୍ରକାଶ ଆନ୍ଦୋଳନ ଓ ସର୍ବୋଦୟ ସେବାରେ ସକ୍ରିୟ ଥିଲେ ସୁମିତ୍ରା। ସୁମିତ୍ରା ଗାନ୍ଧୀଜୀଙ୍କ ଜୀବନ କଥା ଓ ଅଭୂତ ଭିକ୍ଷୁ ଭଳି ଦୁଇଟି ଅନୁବାଦ ପୁସ୍ତକ ଚରନା କରିଥିଲେ । ବଙ୍ଗଳାର କନ୍ୟା ସୁମିତ୍ରା ଅତି ସରଳ ଜୀବନ ଯାପନରେ ବିଶ୍ୱାସ କରୁଥିବା ବେଳେ ରାଜ୍ୟରେ ସର୍ବୋଦୟ ଆନ୍ଦୋଳନରେ ଗୁରୁ ଭୂମିକା ଗ୍ରହଣ କରିଥିଲେ । ପୂର୍ବାହ୍ନ ୧୧ଟାରେ ତାଙ୍କ ପରଲୋକ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିଥିଲେ । ସୁମିତ୍ରାଙ୍କ ଝିଅ ଆମେରିକାରେ ରହୁଛନ୍ତି । ସେ ଆସିବା ପରେ ଆସନ୍ତାକାଲି ଖାନନଗର ଶ୍ମଶାନରେ ତାଙ୍କ ଶେଷକୃତ୍ୟ ହେବ ।