ଢେଙ୍କାନାଳରେ ଗଣେଷ ଭସାଣି ଉତ୍ସବ

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳ ସହରରେ ଉତ୍ସବର ମାହୋଲ। ଧୁମ୍‌ଧାମ୍‌ରେ ଗଣେଷ ପୂଜା ସରିବା ପରେ ଆଜି ଅନୁଷ୍ଠିତ ହୋଇଛି ଭସାଣ ଉତ୍ସବ। ଆଜି ସକାଳେ ସହରର ଥିବା ସମସ୍ତ ମେଢ ଶୋଭାଯାତ୍ରାରେ ବାହାରି ଢେଙ୍କାନାଳ ମିନି ଷ୍ଟାଡିୟମ୍‌ରେ ଏକତ୍ରିତ ହୋଇଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ମେଢ ଶୋଭାଯାତ୍ରାରେ ବାହାରିଥିଲା। ସହରର ମୁଖ୍ୟ ରାସ୍ତା ଦେଇ ବାଜିଚୌକ ହୋଇ କାଠଶଙ୍ଖଠାରେ ବିସର୍ଜନ କରାଯାଇଛି। ଆଉ କିଛି ମେଢକୁ କୁଞ୍ଜକାନ୍ତରେ ବିସର୍ଜନ କରାଯାଇଛି। ଚଳିତ ବର୍ଷ ଭସାଣ ଉତ୍ସବରେ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଛି।

Leave A Reply

Your email address will not be published.