ସ୍ପେଶାଲ

ଗୁଜରାଟ: ୯ମ ଥର ବିଶ୍ୱ ରେକର୍ଡ କରିବାକୁ ପ୍ରସ୍ତୁତ ହେଉଛି ଜାମନଗରର ଦଗଡୁ ସେଠ ଗଣେଶ ମହୋତ୍ସବ

ଗଣେଶ ମହୋତ୍ସବର କଥା ଆସିଲେ, ପ୍ରଥମେ ମୁମ୍ବାଇର ସିଦ୍ଧିବିନାୟକଙ୍କ ନାମ ସାମ୍ନାକୁ ଆସିଥାଏ । ହେଲେ ଗୁଜରାଟର ଜାମନଗରରେ ଦଗଡୁ ସେଠ ଗଣେଶ ମହୋତ୍ସବ ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି। ଏହା ଏମିତି ଏକ ଗଣେଶ ପୂଜା, ଯାହାର ନାମ ଥରେ ନୁହେଁ, ବରଂ ୮ ଥର ଗିନିଜ୍ ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡସ୍‌ରେ ସ୍ଥାନ ପାଇଛି। ବର୍ତ୍ତମାନ ଏହା ୯ମ ଥର ପାଇଁ ରେକର୍ଡ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛି।

ଦଗଡୁ ସେଠ ଗଣେଶ ଉତ୍ସବ ପାଇଁ କାଗଜ ଓ ସମୁଦ୍ର ବାଲି ବ୍ୟବହାର କରାଯାଇ ବିଘ୍ନବିନାଶକଙ୍କ ପାଞ୍ଚ ଫୁଟ୍ ଉଚ୍ଚର ମୂର୍ତ୍ତି ପ୍ରସ୍ତୁତ କରାଯାଉଛି। ଜାମନଗରର ବେଡି ଅଞ୍ଚଳରେ ଗତ ୨୭ ବର୍ଷ ହେବ ଗଣେଶ ଉତ୍ସବ ପାଳିତ ହୋଇଆସୁଛି। ଏହି ଉତ୍ସବର ଖାସ୍‌ କଥା ହେଉଛି, ଉତ୍ସବ ଜରିଆରେ ସମାଜକୁ ଏକ ଶିକ୍ଷଣୀୟ ବାର୍ତ୍ତା ଦିଆଯାଇଥାଏ । ଏଥର ମଧ୍ୟ ଏହିପରି କିଛି ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

ଦଗଡୁ ସେଠ ଗଣେଶଙ୍କ ମୂର୍ତ୍ତି ଭିନ୍ନ ଭିନ୍ନ ଶୈଳୀରେ ତିଆରି କରାଯାଏ। ବିଶେଷ କରି, ଇକୋ ଫ୍ରେଣ୍ଡଲି ମୂର୍ତ୍ତି ନିର୍ମାଣ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଥର ଶିକ୍ଷକଙ୍କ ସଚେତନତା ପାଇଁ ୨୦ ଫୁଟ୍‌ ଲମ୍ବାର ପେନ୍ ତିଆରି ହୋଇଛି। ୧୫ରୁ ୨୦ ଜଣ କାରିଗର ପରିଶ୍ରମ କରି ଏହାକୁ ତିଆରି କରିଛନ୍ତି ।

KNews Bureau

Share
Published by
KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago