ଜଗତସିଂହପୁର : ଗଣେଶ ପୂଜା ଭସାଣିରେ ବୁଲିଲା ଖଣ୍ଡା । ଜଗତସିଂହପୁର ରଘୁନାଥପୁର ମୁଖ୍ୟ ବଜାର ଥାନା ଅଞ୍ଚଳର ଘଟଣା । ଲୋକଙ୍କ ଉପସ୍ଥିତିରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ । ଟଙ୍କା ମଗାକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାରେ ହାଣି ଆକ୍ରମଣ କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କ ପିଠିରେ ଆକ୍ରମଣ ହୋଇଛି ।
ଅଭିଜିତ ନାୟକଙ୍କୁ ଜଗନ୍ନାଥପୁର ଗାଁର ମୁନା ଟଙ୍କା ମାଗିବାରୁ ଅଭିଜିତ ମନା କରିଦେଇଥିଲେ । ଫଳରେ ମୁନା ଉତକ୍ଷିପ୍ତ ହୋଇ ଖଣ୍ଡାରେ ଆକ୍ରମଣ କରିଥିଲେ । ମୁନାକୁ ରଘୁନାଥପୁର ଥାନାରେ ଅଟକ ରଖିବା ସହ ଖଣ୍ଡାକୁ ଜବତ କରିଛି ରଘୁନାଥପୁର ପୋଲିସ । ଅଭିଜିତଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାର ଅଧିକ ତଦନ୍ତ କରୁଛି ରଘୁନାଥପୁର ପୋଲିସ। ଗତକାଲି ରଘୁନାଥପୁର ମୁଖ୍ୟ ବଜାର ଉପରେ ଭସାଣି ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।