ଭଦ୍ରକ: ଆଖଣ୍ଡଳମଣୀ ପୀଠରେ ବୁଢା ଗଣେଷ ପୂଜା, ଏବର୍ଷ ବି ଲାଗିହେଲା ୧୦୮ ଥାଳି ଭୋଗ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡି ଆଖଣ୍ଡଳମଣୀ ପୀଠରେ ବାର ମାସରେ ତେର ପର୍ବ ପାଳନ କରାଯାଏ । ସେଥି ମଧ୍ୟରୁ ବିଘ୍ନ ବିନାଶକ ପୂଜା ଅନ୍ୟତମ ।  ତେବେ ମନ୍ଦିର ପରିସରରେ ଥିବା ବୁଢା ଗଣେଷଙ୍କ ପୂଜା କୋଭିଡ କଟକଣା ଭିତରେ ପାଳିତ ହୋଇଛି । ପ୍ରତିବର୍ଷ ରାତିରେ ବୁଢା ଗଣେଷ ପୂଜା କରାଯାଇଥାଏ।  ହେଲେ ଚଳି‌ତ ବର୍ଷ କରୋନା କଟକଣା ପାଇଁ ମନ୍ଦିର ପ୍ରସାସନର ନିଷ୍ପତ୍ତି କ୍ରମେ ଦିନ ବେଳେ ବୁଢା ଗଣେଷ ପୂଜା ସମ୍ପନ୍ନ କରାଯାଇଛି ।

ବର୍ଷ ବର୍ଷର ପରମ୍ପରା ଅନୁସାରେ ପୀଠର ସମସ୍ତ ସେବାୟତ ପରିବାରଙ୍କ ଘରୁ ସୁସ୍ୱାଦୁ ଭୋଗ ଗଣେଷ ମଣ୍ଡପକୁ ଆସିଥାଏ । ଏବର୍ଷ ମଧ୍ୟ ବୁଢା ଗଣେଷଙ୍କ ପାଖରେ ୧୦୮ଥାଳି ଭୋଗ ଲାଗି କରାଯାଇଥିଲା । ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା ପରେ ଗଜାନନ ବେଶରେ ସୁସଜ୍ଜିତ କରାଯାଇ ଭୋଗ ଲାଗିହେବା ସହ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ପରମ୍ପରା ଆବାହନ କାଳରୁ ଚାଲି ଆସୁଅଛି ଆରଡି ଆଖଣ୍ଡଳମଣୀ ପୀଠରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.