ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ ଘଟଣା : ସହରରେ କର୍ଫ୍ୟୁ; ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ବାଲେଶ୍ବର (କେନ୍ୟୁଜ); ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ପୌରପାଳିକାରେ କର୍ଫ୍ୟୁ ଜାରି। ସହରରେ ସ୍କୁଲ, କଲେଜ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି । ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ବ ରାସ୍ତାରେ କର୍ଫ୍ୟୁ ବଳବତ୍ତର ରହିଛି। ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ ବନ୍ଦ ରହିବା ନେଇ ସୂଚନା ମିଳିଛି। ସହରର ୬ ପ୍ରବେଶ ପଥ ସିଲ୍ ହୋଇଥିବା ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଜନସାଧାରଣ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି ।
ଗତକାଲି କୌଣସି କାରଣରୁ ଭୁଜାଖିଆ ପୀର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିଲା। ପ୍ରଥମେ ମାଡ଼ପିଟ ସହ ପରେ ପଥର ମାଡ଼ ହୋଇଥିଲେ। କିଛି ଗାଡ଼ି ବି ଭଙ୍ଗା ରୁଜା ହୋଇଥିଲା। ଫଳରେ ବାଲେଶ୍ଵର ଓ ଚାନ୍ଦିପୁର ଅଞ୍ଚଳକୁ ଯାତାୟାତ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ପ୍ରତିବାଦରେ ପାତ୍ରପଡ଼ା ଅଞ୍ଚଳର ଗୋଟିଏ ଗୋଷ୍ଠୀ ରାସ୍ତା ଅବରୋଧ କରିଥିଲେ। ପଥର ମାଡ଼ ରେ ଜଣେ ଗୁରୁତର ଆହତ ହୋଇ ବାଲେଶ୍ଵର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତେଜନା ଶାନ୍ତ କରିବାକୁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ସେପଟେ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାଲେଶ୍ଵର ଜିଲ୍ଲାପାଳଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।