କଟକରେ ଗ୍ୟାଙ୍ଗୱାର : ୨ଅପରାଧୀ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଜଣେ ମୃତ
କଟକ(କେନ୍ୟୁଜ୍) : କଟକରେ ଗ୍ୟାଙ୍ଗୱାର। ଯୋବ୍ରାଅଞ୍ଚଳରେ ୨ଅପରାଧୀ ଗୋଷ୍ଠୀ ଗଣ୍ଡଗୋଳ ଘଟଣାରେ ଜଣେ ମୃତ। ଦୁର୍ଦ୍ଦାନ୍ତ ଅପରାଧୀ ତପନ ନାୟକର ମୃତ୍ୟୁ ହୋଇଛି। ଜୋବ୍ରାରୁ ମାଛମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡୋଗଳ ହୋଇଥିଲା। ଏଥିରେ ତପନ ଗୁରୁତର ଆହତ ହୋଇଥିଲା। ତାକୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାର ମ୍ୃତ୍ୟୁ ହୋଇଛି।