ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୧୦ ଗିରଫ

ବ୍ରହ୍ମପୁର : ଗଣଦୁଷ୍କର୍ମକୁ ନେଇ ତୀବ୍ର ଆଲୋଡ଼ନ। ଗୋପାଳପୁରରେ ଲଜ୍ଜା । ପୁରୁଷ ବନ୍ଧୁଙ୍କୁ କାବୁ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଘଟଣାରେ ୧୦ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ଗୋପାଳପୁର ପୋଲିସ । ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଯୁବତୀ ଜଣଙ୍କ ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ଏନେଇ ଯୁବତୀ ଜଣକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ ।
ପୋଲିସ ସୂଚନା ଅନୁସାରେ, ଜିଲ୍ଲା ବାହରର ଜଣେ ଯୁବତୀ ବ୍ରହ୍ମପୁରର ଏକ ଶିକ୍ଷାନୁଷ୍ଠାନରେ ଯୁକ୍ତ ୩ରେ ଅଧ୍ୟୟନ କରନ୍ତି। ରବିବାର ଅପରାହ୍ନରେ ସେ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲି ଆସିଥିଲେ । ସନ୍ଧ୍ୟା ପ୍ରାୟ ୭ଟାରେ ପାନ୍ଥନିବାସ ପଛପଟ ବେଳାଭୂମିରେ ଉଭୟ ବସିଥିବାବେଳେ ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ଅଞ୍ଚଳର ୧୦ଜଣ ଯୁବକ ସେମାନଙ୍କୁ ଘେରିଯାଇ ପ୍ରଥମେ ଅସଦାଚରଣ କରିଥିଲେ । ପରେ ପୁରୁଷ ବନ୍ଧୁଙ୍କୁ କିଛି ଯୁବକ କାବୁ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୀଡିତାଙ୍କୁ ମେଡିକାଲ ପରୀକ୍ଷା ପାଇଁ MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି । ଏହି ଘଟଣା ଉପରେ ସାମାଜିକ ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ଦେଖାଯାଉଛି । ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି ଯେ ଗୋପାଳପୁର ବିଚରେ ଆଲୋକ ବ୍ୟବସ୍ଥା, ପ୍ରହରୀ ନିଯୁକ୍ତି ଓ ସୁରକ୍ଷା ବୃଦ୍ଧି ହେବା ଦରକାର ।
ଆହୁରି ପଢ଼ନ୍ତୁ : ଗୋପାଳପୁରରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୭ ଅଟକ