କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଟିଟୋର ବଦଳିଲା ଠିକଣା, ଝାରପଡ଼ାରୁ ଗଲା ବ୍ରହ୍ମପୁର ମଣ୍ଡଳ କାରାଗାର

ଭୁବନେଶ୍ବର : କୁଖ୍ୟାତ ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ୍ ସୟଦ ଉସମାନ ଅଲ୍ଲୀର ଠିକଣା ବଦଳିଛି। ଝାରପଡ଼ା ଜେଲରେ ରହୁଥିବା ଟିଟୋକୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ସ୍ଥାନାନ୍ତର କରାଯାଇଛି।

ସପ୍ତାହେ ତଳେ ଝାରପଡ଼ା ଜେଲରେ ଚଢ଼ଉ ସମୟରେ ଯେଉଁ ମୋବାଇଲ ଫୋନ୍ ମିଳିଥିଲା ସେହି ଆଧାରରେ ଟିଟୋକୁ ବଦଳାଇ ଦିଆ ଯାଇଥିବା ଜଣାପଡ଼ିଛି।

ପୋଲିସର ସ୍ବତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଏହି ପ୍ରକ୍ରିୟା କରାଯାଇଛି। ଅନ୍ୟ କେତେକ ଦୁର୍ଦ୍ଦାନ୍ତ କଏଦୀଙ୍କୁ ମଧ୍ୟ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଥିବା ସହିତ, ଗ୍ୟାଙ୍ଗଷ୍ଟର୍‌ ହାଇଦର ଫେରାର ହେବା ପରେ ଏଭଳି ପଦକ୍ଷେପ ନିଆ ଯାଇଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.