ଖୋଲୁଛି ଟିଟୋ ଗୁମର : ତିନି ପର୍ଯ୍ୟାୟ ରିମାଣ୍ଡ୍ ପରେ ଜେଲ୍ ଗଲା ଗାଙ୍ଗଷ୍ଟାର

କେନ୍ଦ୍ରାପଡ଼ା : ଜେଲ୍‌ରେ ଟିଟୋ । ରିମାଣ୍ଡ ପରେ ତାକୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଥିଲା । କୋର୍ଟ ତାକୁ ଜେଲ୍‌କୁ ପଠାଇ ଦେଇଛନ୍ତି । ରିମାଣ୍ଡ ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଟିଟୋ ସାମ୍ରାଜ୍ୟର ବହୁ ସୁରାକ୍‌ ପାଇଛି । ଜବତ ହୋଇଛି ତା’ର ଏକାଧିକ ବ୍ୟାବସାୟିକ ଅନୁଷ୍ଠାନ । ୨୭ଟି ଗାଡ଼ି ବି ଜତବ କରିଛି ଏସ୍‌ଟିଏଫ୍‌ । ବେଆଇନ ପେଟ୍ରୋଲ ପମ୍ପ ବି ଜବତ ହୋଇଛି । ଟିଟୋ ସ୍ତ୍ରୀଙ୍କ ନାଁରେ ଥିବା ବିଆଇପିଏଲ୍‌ କମ୍ପାନୀ ଓ ଏକାଧିକ ବେନାମୀ ପେଟ୍ରୋଲ ପମ୍ପର ଖୋଳତାଡ଼ ସରିଛି । ଟିଟୋକୁ ଅନୁକମ୍ପା ଦେଖାଇଥିବା ୭ଜଣ ତହସିଲଦାର ଓ କିଛି ବ୍ୟବସାୟୀଙ୍କୁ ନୋଟିସ ପରେ କେହି କେହି ଜେରାର ସମ୍ମୁଖୀନ ହୋଇଛନ୍ତି । ଯେଉଁମାନେ ହାଜର ହୋଇନାହାନ୍ତି, ସେମାନଙ୍କୁ ନୋଟିସ କରାଯିବ ।

ଟିଟୋ ଲିଙ୍କ୍‌ରେ ୧୮ଜଣଙ୍କୁ ଗିରଫ କରିବା ପାଇଁ ଏସ୍‌ଟିଏଫ୍‌ ତାଲିକା ପ୍ରସ୍ତୁତ କରିଛି । ଯେଉଁଥିରେ ଅଛନ୍ତି ତା’ର ୬ଜଣ ଭାଇ । ଏବେସୁଦ୍ଧା ଟିଟୋର ୮ଜଣ ସହଯୋଗୀକୁ ଗିରଫ କରାଯାଇଛି । ଯେଉଁଥିରେ ଅଛନ୍ତି ଦୁଇଜଣ ସାର୍ପ ସୁଟର । ସେହିଭଳି ଜେରା ହୋଇଛନ୍ତି ଟିଟୋର ପତ୍ନୀ, କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ, ପୂର୍ବତନ କାଉନ୍‌ସିଲ, ଜଣେ ପୂର୍ବତନ ବିଧାୟକଙ୍କ ପୁଅ ସମେତ କିଛି ବ୍ୟବସାୟୀ । ସେହିଭଳି ଟିଟୋ ଟଙ୍କାରେ ନିର୍ମାଣଧୀନ ଓଡ଼ିଆ ସିନେମା ‘ବିଶ୍ୱନାଥ’ର ପ୍ରଯୋଜକଙ୍କୁ ନୋଟିସ ହୋଇଛି । ଫିଲ୍ମର ନିର୍ମାଣ ବନ୍ଦ କରିବାକୁ ମଧ୍ୟ କୁହାଯାଇଛି । ପ୍ରଯୋଜକକୁ ଜେରା ପରେ ଫିଲ୍ମରେ ଟିଟୋର କେତେଟଙ୍କା ଲାଗିଛି ସ୍ପଷ୍ଟ ହେବ । ଆଗକୁ ଆଉ କିଛି ଲୋକଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍‌ ଜେରା ଓ ଗିରଫ କରିିବ ବୋଲି ଜଣାପଡ଼ିଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.