ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ୫ ଦିନିଆ ରିମାଣ୍ଡ

Gangster Titoଭୁବନେଶ୍ବର: ଆଜି ସରୁଛି ଗ୍ୟାଙ୍ଗଷ୍ଟର ଟିଟୋର ୫ ଦିନିଆ ରିମାଣ୍ଡ। ଆଜି ତାକୁ କୋର୍ଟରେ ହାଜର କରାଇବ କ୍ରାଇମବ୍ରାଞ୍ଚ ଏସଟିଏଫ୍। ୫ ଦିନ ଜେରା ବେଳେ ତା ନିକଟରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ହାସଲ କରାଯାଇଛି। ଅଧିକ ଖୋଳତାଡ ପାଇଁ ତାକୁ ପୁଣି ରିମାଣ୍ଡରେ ଆଣିବାକୁ କ୍ୟ୍ୟବ୍ରାଞ୍ଚ୍ ଏସଟିଏଫ୍ କୋର୍ଟରେ ଆବେଦନ କରିପାରେ।

titooପଚରାଉଚରା ବେଳେ କ୍ରାଇମବ୍ରାଞ୍ଚ୍କୁ ଗ୍ୟାଙ୍ଗଷ୍ଟର ଟିଟୋର ବେଆଇନ ସମ୍ପତ୍ତି ସମ୍ପର୍କରେ ସୁରାକ୍ ମିଳିଛି। କେନ୍ଦ୍ରାପଡ଼ାରୁ କୋଲକାତା ପର୍ୟ୍ୟନ୍ତ କଳାସାମ୍ରାଜ୍ୟ ବିସ୍ତାର କରିଛି ଟିଟୋ। କୋଲକାତାରେ ଟିଟୋର ଅଛି ଦେଢ଼କୋଟି ଟଙ୍କାର ଜମି। ଆଉ ଏସବୁ କାରବାର ବୁଝୁଥିଲା ରିମାଣ୍ଡରେ ଆସିଥିବା ମୁଖ୍ୟ ସହଯୋଗୀ ଚେନୋ।

ଅଧିକ ତଥ୍ୟ ପାଇଁ ଚେନୋ ଓ ଟିଟୋକୁ ଏସଟିଏଫ୍ର ୪ ଜଣିଆ ଟିମ୍ ମୁହାଁମୁହିଁ ଜେରା କରିଥିଲେ। ଏହାସହ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ପରେ ଟଙ୍କା ଟ୍ରାଞ୍ଜାକ୍ସନର ପ୍ରମାଣ ବି ଲାଗିଛି କ୍ରାଇଣବ୍ରାଞ୍ଚ ହାତରେ। ଅନ୍ୟପଟେ ଗତକାଲି ଥିଲା ଚେନୋର ରିମାଣ୍ଡ ଅବଧିର ଶେଷ ଦିନ। ରିମାଣ୍ଡ ସରିବା ପରେ ତାକୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.