ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ୪ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା (କେନ୍ୟୁଜ): ଗଜପତି ଜ଼ିଲ୍ଲା ଅଡବା ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବ୍ୟାପକ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଅଡବା ଥାନାଅନ୍ତର୍ଗତ ରାଇପଙ୍କା ପଞ୍ଚାୟତ ଗେରେଙ୍ଗା ଗ୍ରାମରେ ଗଞ୍ଜେଇ ଚାଷ ହୋଇଥିବା ପୋଲିସ ସୂଚନା ପାଇଥିଲା।

ଅବକାରୀ ବିଭାଗ ସହାୟତା ରେ ଉକ୍ତ ଗ୍ରାମ ର ୨୪ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ୪୮ ହଜାର ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇ ଚାଷର ମୂଲ୍ୟ ୪ ଲକ୍ଷ ୮୨ ହଜାର ହେବ ବୋଲି ପୋଲିସ ସୂଚନା ଦେଇଛି। ଏହି ଚଢ଼ାଉରେ ପୋଲିସ ଅବକାରୀ ସହ ବନ ବିଭାଗ ଏବଂ ରାଜସ୍ବ ବିଭାଗ ର କର୍ମଚାରୀ ସାମିଲ୍ ହୋଇଥିଲେ।

Leave A Reply

Your email address will not be published.