ରାଜ୍ୟ

ଗଜପତି: ପୋଲିସ ଓ ଅବକାରୀ ବିଭାଗ ମିଳିତ ଉଦ୍ୟମରେ ନଷ୍ଟ କରାଗଲା ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ

ମୋହନା(କେ ନ୍ୟୁଜ): ଗଜପତି ଜ଼ିଲ୍ଲାରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ବେଆଇନ ଗଞ୍ଜେଇ ଚାଷନଷ୍ଟ ଅଭିଯାନ ତୃତୀୟ ସପ୍ତାହରେ ପହଁଚିଛି l ଶୁକ୍ରବାର ମୋହନା ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବରେ ମୋହନା ଥାନା ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ ଜକରପଲ୍ଲୀ, ମାର୍ଦିଗୁମ୍ମା ଏବଂ ବାଲିପଙ୍କ ଗ୍ରାମର ୭୩ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ପ୍ରାୟ ଏକ ଲକ୍ଷ ସତଚାଳିଶି ହଜାର ବେଆଇନ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଥିବା ଜଣାଯାଇଛି l ନଷ୍ଟ ହୋଇଥିବା ଗଞ୍ଜେଇର ମୂଲ୍ୟ ପାଖାପାଖି ୧୪ କୋଟି ୭୮ହଜାର ହେବ ବୋଲି ଜଣାପଡିଛି l ଗତ ଦୁଇ ସପ୍ତାହ ଧରି

ଗଜପତି ଏସ. ପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜ଼ିଲ୍ଲାର ମୋହନା, ଆର. ଉଦୟଗିରି ଏବଂ ଅଡବା ଥାନା ଅଞ୍ଚଳରେ ଅପରେସନ ଗ୍ରୀନ ହଣ୍ଟ ମାଧ୍ୟମରେ ଏହି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ ତିନି ସପ୍ତାହ ହେବ ଚାଲୁରହିଛି l ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ଶହେ କୋଟିରୁ ଉର୍ଦ୍ଧ ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି l ଆଗକୁ ମଧ୍ୟ ଏହି ଚଢ଼ାଉ ଜ଼ାରି ରହିବ ବୋଲି ଜ଼ିଲ୍ଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଏହି ଚଢ଼ାଉରେ ପୋଲିସ, ଅବକାରୀ ବିଭାଗ ସମେତ ରାଜସ୍ବ ଏବଂ ବନବିଭାଗ କର୍ମଚାରୀ ସାମିଲ ହୋଇଛନ୍ତି l

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

10 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

11 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

15 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

38 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

45 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

52 mins ago