ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କେନ୍ଦୁଝର ଦୌର ଜଜ୍ କୋର୍ଟଙ୍କ କିରାଣୀ ଗିରଫ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଦୌର ଜଜ୍ କୋର୍ଟଙ୍କ କିରାଣୀ ବନବିହାରୀ ବାଇ ଗିରଫ । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ତାଙ୍କ ନିକଟରୁ ୧୫ କେଜି ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।