ପିଛା କରୁଥିବା ଅବକାରୀ ବିଭାଗ ଗାଡ଼ିକୁ ଦେଖି ଭାରସାମ୍ୟ ହରାଇ ଓଲଟିଲା ଗଞ୍ଜେଇ ଭର୍ତି ପିକ୍ଅପ୍ ଭ୍ୟାନ୍, ଜଣେ ଅଟକ

ଭଞ୍ଜନଗର (କେନ୍ୟୁଜ୍): ଓଲଟିଲା ଗଞ୍ଜେଇ ଭର୍ତି ପିକ୍ଅପ୍ ଭ୍ୟାନ୍।  ପିଛା କରୁଥିବା ଅବକାରୀ ବିଭାଗ ଗାଡ଼ିକୁ ଦେଖି  ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଭାରସାମ୍ୟ ହରାଇ  ରାସ୍ତାକଡକୁ ଓଲଟି ପଡିଲା ଗଞ୍ଜେଇ ଭର୍ତି ପିକ୍ଅପ୍ ଭ୍ୟାନ୍ ।ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା । ଦୁର୍ଘଟଣା ସ୍ଥଳରୁ ଜଣେ ଗଞ୍ଜେଇ ଚାଲାଣକାରୀକୁ ଅବକାରୀ ବିଭାଗ ଅଟକ ରଖିଥିବା ବେଳେ, ଘଟଣା ସ୍ଥଳରୁ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।

ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ , ଛତ୍ରପୁର ଅବକାରୀ ବିଭାଗର ଏକ ଟିମ୍ ଭଞ୍ଜନଗର ନିକଟ ସୋରାଦେବୀ ମନ୍ଦିର ନିକଟରେ ଛକି ରହିଥିଲେ । କନ୍ଧମାଳ ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ଗଞ୍ଜେଇ ଭର୍ତି ପିକ୍ଅପ୍ ଭ୍ୟାନ୍ ଟି , କିଛି ଦୂରରୁ ଅବକାରୀ ବିଭାଗ ଟିମ୍ କୁ ଦେଖି ରାସ୍ତା ବଦଳାଇ , ଅନ୍ୟ ରାସ୍ତାରେ ଖସିଯାଉଥିଲା ।

ଅବକାରୀ ଟିମ୍ ଗାଡିଟିକୁ ପିଛା କରିଥିଲା । ଗୁଜୁରାଳି ଗାଁ ନିକଟରେ ପିକ୍ଅପ୍ ଭ୍ୟାନ୍ ଟି ଭାରସାମ୍ୟ ହରାଇ ରାସ୍ତାକଡର ଓଲଟି ପଡିଥିଲା । ଭ୍ୟାନ୍ ଟି ପଶ୍ଚିମବଙ୍ଗର ହୋଇଥିବା ବେଳେ , କନ୍ଧମାଳ ରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ସନ୍ଦେହ କରିଛି ଅବକାରୀ ବିଭାଗ । ସମସ୍ତ ଗଞ୍ଜେଇ ସହ ସଂପୃକ୍ତ ଗାଡ଼ିକୁ ଜବତ କରି , ଅଟକ ବ୍ୟକ୍ତିକୁ ଜେରା ଚଳାଇଛି ଅବକାରୀ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.