ଗଞ୍ଜେଇ ଚୋରା ଚାଲାଣ, ୨ ଗିରଫ

ଫିଲ୍ମ ଷ୍ଟାଇଲରେ ଗଞ୍ଜେଇ ଚୋରା ଚାଲାଣ । ଜାତୀୟ ରାଜପଥରୁ ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କଲା କମିଶନରେଟ ପୋଲିସ । ୨ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ୨ଟି ମୋବାଇଲ ଫୋନ ଓ ଗୋଟିଏ କାର ବି ଜବତ ହୋଇଛି । ଗତକାଲି ରାତିରେ ପିତାପଲ୍ଲୀ ଜାଆଁଳା ଫ୍ଲାଏ ଓଭରରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ମସୁଧା କରୁଥିବା ବେଳେ ମାଡି ବସିଥିଲା କମିଶନରେଟ ପୋଲିସ । ଗଞ୍ଜେଇ ଫୁଲବାଣୀରୁ ଝାଡ଼ଖଣ୍ଡ ଚୋରା ଚାଲାଣ ହେଉଥିଲା । ଗିରଫ ଅଭିଯୁକ୍ତ କନ୍ଧମାଳର ସିପୁନ ବେହେରା ଓ ଅନନ୍ତ ଦିଗଲ । ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣର ଏମାନେ ଥିଲେ ସଦସ୍ୟ ।