ଧର୍ମଶାଳା ପୋଲିସ୍ ଦ୍ୱାରା ୫କେଜି ୫୪୫ଗ୍ରାମ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ଦ୍ୱାରା ୫କେଜି ୫୪୫ଗ୍ରାମ ଗଂଜେଇ ଜବତ । ୨ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ତରଂଜିଆ ଗ୍ରାମର ଧ୍ୟାନ ରଂଜନ ପରିଡା ଓ ବାଲିଚନ୍ଦ୍ରପୁର ଥାନା ଅଧିନ ରାଧାଦେଇପୁର ଗ୍ରାମର ଅଶୋକ କୁମାର ମଲିକ ।

ଦୁହେଁ ଗଂଜେଇ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ କୈାଣସି ସୂତ୍ରରୁ ଖବର ପାଇ ତରଂଜିଆ ଅଂଚଳରେ ଚଢାଉ କରିଥିଲା । ଏହି ସମୟରେ ପ୍ୟାକେଟ ଭର୍ତି ଗଂଜେଇକୁ ଜବତ କରିବା ସହ ଦୁଇ ଅଭିଯୁକ୍ତକୁ ସେଠାରୁ ଗିରଫ କରିଥିଲା । ଜବତ ହୋଇଥିବା ଗଂଜେଇର ପରିମାଣ ୫କେଜି ୫୪୫ଗ୍ରାମ ବୋଲି ପୋଲିସ ସୂଚନା ଦେଇଥିବା ବେଳେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଏନେଇ ଧର୍ମଶାଳା ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.