ସିନେମାର ସବୁ ବୁଦ୍ଧି ପ୍ରୟୋଗ କରିଦେଲେ: ଗାଡି ଚକ ଟାୟାର ଭିତରେ ଗଞ୍ଜେଇ ଭର୍ତ୍ତି କରି ଚାଲାଣ ବେଳେ ଧରିଲା ପୋଲିସ

କଟକ(କେନ୍ୟୁଜ୍):ସିନେମା ଷ୍ଟାଇଲରେ ଗଞ୍ଜେଇ ଚାଲାଣ। ଗାଡି ଚକ ଟାୟାର ଭିତରେ ଗଞ୍ଜେଇ ଭର୍ତ୍ତି। କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ କଲା ଜବତ। କଟକ ଓ ଏମ୍ ପି ଛକ ନିକଟରୁ  ଜବତ ହୋଇଛି। ପାଖାପାଖି ୬୦ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଇଖତିସାର ଅନସାରି ଓ ସୁରଜ କୁମାରକୁ ଗିରଫ କରାଯିବା ସହ ଏକ ଟାଟା ସୁମୋ ଜବତ ହୋଇଛି। ଏହି ଗଞ୍ଜେଇ ସବୁ ଶ୍ରୀକାକୁଲମରୁ ବିହାର ଚାଲାଣ ହେଉଥିଲା। ଯାହାର  ଅନୁମାନିକ ମୁଲ୍ୟ ୬ ଲକ୍ଷରୁ ଉର୍ଦ୍ଧ୍ବ ହେବ।

ଟାଙ୍ଗି ଟୋଲ ଗେଟ ନିକଟରୁ ମଧ୍ୟ ୧୧୨ କିଲୋ ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ମୁନା ଅନସାରି ନାମକ ଜଣେ ବ୍ୟକ୍ତି ଗିରଫ ହୋଇଛି। ଏହି ଗଞ୍ଜେଇ ସବୁ କନ୍ଧମାଳରୁ ବିହାର ଚାଲାଣ ହେଉଥିଲା।  ଏହି ଘଟଣାରେ  ଏକ ବୋଲେରୋ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୁଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.