କନ୍ଧମାଳ ରାଜାଡି ଗ୍ରାମରୁ ଚୋରାଚଲାଣ ବେଳେ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ, ୩ ଗିରଫ

କନ୍ଧମାଳ(କେନ୍ଯୁଜ୍): ଗଞ୍ଜେଇ ଚୋରାଚଲାଣ ବେଳେ ଚଢାଉ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ରାଜାଡି ଗ୍ରାମରେ। ଏହି ଗ୍ରାମରୁ ବେଆଇନ୍ ଗଞ୍ଜେଇ ବାହାରକୁ ଚୋରାଚଲାଣ ହେଉଥିବା ଖବର ଶୁଣି ଗୋଛାପଡା ଥାନାଧିକାରୀ ଘଟଣାସ୍ଥଳରେ ପହଁଚି ସେଠାରେ ଚଢାଉ କରିଥିଲେ।

ଏହି ସମୟରେ ୩ କୁଇଣ୍ଟାଲ୍ ୫୭ କେଜି ଗଞ୍ଜେଇ ଜବତ କରିବା ସହ, ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଗୋଛାପଡା ଥାନାଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.