କୋରାପୁଟ ମାଝିଗୁଡା ଛକ ନିକଟରେ ୨କୁଇଣ୍ଟାଲ ଗଞ୍ଜେଇ ସହ ୪ଟି ବାଇକ ଜବତ କଲା ବୈପାରିଗୁଡା ପୋଲିସ୍, ୨ ମାଫିଆ ଗିରଫ

କୋରାପୁଟ : ପୋଲିସକୁ ଚକମା ଦେଇ ବାଇକ ଯୋଗେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ରୋଡ ମାଝିଗୁଡା ଛକ ନିକଟରେ ପୋଲିସ ଚେକିଂ କରୁଥିବା ବେଳେ ଧରାପଡିଛନ୍ତି ଗଞ୍ଜେଇ ମାଫିଆ । ବୈପାରିଗୁଡା ପୋଲିସ ଦ୍ୱାରା ୨କୁଇଣ୍ଟାଲ ଗଞ୍ଜେଇ ଓ ୪ଟି ବାଇକ ଜବତ ହୋଇଛି ।

ଘଟଣାରେ ସମ୍ପୃକ୍ତ ୨ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କା ହେବ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ତରିକା ବଦଳାଇ ଗଞ୍ଜେଇ ଚାଲାଣକୁ ପଣ୍ଡ କରିବାରେ ପୋଲିସ ସକ୍ଷମ ହେଉଥିବା କୋରାପୁଟ ଏସପି ମୁକେଶ ଭାମୁ କହିଛନ୍ତି ।

Leave A Reply

Your email address will not be published.