ପୁଣି କୋରାପୁଟରୁ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): ପୁଣି କୋରାପୁଟ ଜିଲ୍ଲାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ମିଳିଥିବା ଖବର ମୁତାବକ, କୋରାପୁଟ ଜିଲ୍ଲାର ମାଛକୁଣ୍ଡ ଥାନା ଅନ୍ତର୍ଗତ ପାଲେଲ ଗାଁର ଏକ ନିର୍ମାଣାଧୀନ ଘର ଭିତରୁ ପ୍ରାୟ ଏକ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି।
ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ୧୩ କ୍ୱିଣ୍ଟାଲ ୫୭ କିଲୋଗ୍ରାମ ଓଜନର କ୍ୱିଣ୍ଟାଲ ୫୭ ଗଞ୍ଜେଇ ଜବତ କରାଯାଇଥିଲା। ଏହାର ଅନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି କୁହାଯାଉଛି।