ମାଲାକାନଗିରି: ୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୩୪ ଚାଲାଣକାରୀ ଗିରଫ

ମାଲାକାନଗିରି(କେନ୍ୟୁଜ୍) : ମାଲାକାନଗିରି ଜିଲ୍ଲାରୁ ୩୪ ଜଣ ଗଞ୍ଜେଇ ଚାଲାଣକାରୀ ଗିରଫ। ୩୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ। ବୁଦାମଗୁଡ଼ାରୁ ସେମାନଙ୍କୁ ଗିରଫ କରିଛି ମାଥିଲି ଥାନା ପୋଲିସ। ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ସହ ସେମାନେ ମୁହାଁମୁହିଁ ହୋଇଥିଲେ। ଆକ୍ରମଣ କରି ଫେରାର୍ ବେଳେ ୩୪ ଜଣଙ୍କୁ ଧରାଥିଲା ପୋଲିସ।