ମାଛକୁଣ୍ଡ ପୋଲିସ୍ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ଜିଲ୍ଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ ଦ୍ବାରା ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଏହା ସହିତ ଗଞ୍ଜେଇ ବୋଝେଇ ଏକ ବୋଲେରୋ ଗାଡି ମଧ୍ଯ ଜବତ କରାଯାଇଛି।

ପୋଲିସକୁ ଚକମା ଦେଇ ଡ୍ରାଇଭର ସହ ମାଫିଆ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ସୂଚନା ମୁତାବକ, ସଗର ଛକ ଠାରେ
ପୋଲିସ୍  ଗାଡି ଗୁଡିକୁ ଯାଞ୍ଚ କରୁଥିବା ବେଳେ ଏହି ବୋଲେରୋ ଗାଡିଟି ଧରାପଡିଥିଲା।

ପୋଲିସକୁ ଦେଖି ମାଫିଆ ଖସି ପଲାଇବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ପିଛା କରି କାଚନ ଘାଟି ନିକଟରେ ଧରିବାକୁ ସମର୍ଥ ହୋଇଥିଲେ। ଆନ୍ଧ୍ରରୁ ଛତିଶଗଡକୁ ଚାଲାଣ କରାଯାଉ ଥିବାବେଳେ ଗଞ୍ଜେଇ ଜବତ କରାଯାଇଛି। ଏନେଇ ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ମାଫିଆ ମାନଙ୍କୁ ଗିରଫ କରାଯିବ ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.