କୋରାପୁଟ: ଜଲାପୁଟ ଜଳଭଣ୍ଡାର ନିକଟରୁ ୮୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ(କେନ୍ଯୁଜ୍): କୋରାପୁଟ ପୋଲିସକୁ ସଫଳତା। ଜଲାପୁଟ ଜଳଭଣ୍ଡାର ନିକଟରୁ ୮ କ୍ଵିଣ୍ଟାଲରୁ ଅଧିକ ଗଂଜେଇ ଜବତ । ଦିଲ୍ଲୀକୁ ଚାଲାଣ ହେଉଥିବାବେଳେ ପ୍ରାୟ ୮୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି କୋରାପୁଟ ଜିଲ୍ଲା ପାଡୁଆ ପୋଲିସ। ଆନ୍ଧ୍ର ସୀମାନ୍ତ  ଜଲାପୁଟ ଜଳଭଣ୍ଡାର ନିଜଟରେ ମହଜୁଦ  ରଖାଯାଇଥିଲା ଗଂଜେଇ । ପୋଲିସ ବିଶେଷ ସୁତ୍ରରୁ ଖବର ପାଇଁ ଚଢଉ କରିଥିଲା। ଖୁବ ଶୀଘ୍ର ଚାଲାଣକାରିଙ୍କୁ ଧରାଯିବ ବୋଲି କହିଛନ୍ତି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ।

ସୂଚନା ଥାଉକି, ଗତ କିଛି ଦିନ ତଳେ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିଲା । କୋରାପୁଟ ଜିଲ୍ଲା କାକଲପଡା ଜଙ୍ଗଲ ନିକଟରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ସହ କାର୍‌ ଜବତ କରିଥିଲା ଲମତାପୁଟ ଓ ମାଛକୁଣ୍ଡ ପୋଲିସ । କାଙ୍ଗରପଡା ଅଞ୍ଚଳରୁ ଦିଲ୍ଲୀ ଓ ହରିୟାଣାକୁ ଗଞ୍ଜେଇ ଚାଲାଣ ହେଉଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଅଧିକ ଟଙ୍କା ଥିଲା। କାକଲପଡା ଗାଁ ନିକଟ ଜଙ୍ଗଲରେ ଗଞ୍ଜେଇ ଚାଲାଣ ଖବରପାଇ ପୋଲିସ ଅତର୍କିତ ଚଢାଉ କରିଥିଲା । ପୋଲିସକୁ ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ଗଞ୍ଜେଇ ମାଫିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.