ଟିକା ନେଇ ନଥିଲେ ବେପାର ମନା: କୋଭିଡ୍‌ ତୃତୀୟ ଲହର ମୁକାବିଲା ପାଇଁ ଅଣ୍ଟା ଭିଡିଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

ବ୍ରହ୍ମପୁର: ଟିକା ନେଇ ନଥିଲେ ବେପାର ମନା। କୋଭିଡ୍‌ ତୃତୀୟ ଲହର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବ୍ୟବସାୟୀମାନେ ଟୀକା ନେଇନଥିଲେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବନି ବୋଲି ଜିଲ୍ଲାପାଳ କହିଛନ୍ତି।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଟୀକାକରଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଦୋକାନ ଆଗରେ ଟିକାକରଣ ପ୍ରମାଣପତ୍ର ଲଗାଇବେ ଦୋକାନୀ।

ଦୋକାନୀ ଟିକା ନେବା ସହ କର୍ମଚାରୀ ମାନେ ମଧ୍ୟ ଟିକା ନେବେ। ଗତକାଲି ଗୋଟିଏ ଦିନରେ ଜିଲ୍ଲାରେ ୩୨ହଜାର ୭୩୬ ଜଣଙ୍କୁ ଟିକା ଦିଆଯାଇଛି। ବ୍ରହ୍ମପୁରରେ ଟିକା ନେଇଛନ୍ତି ୫ହଜାର ୭୫୯।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.