ଦିବ୍ୟାଙ୍ଗ ମାନଙ୍କ ଅଭିଯୋଗ ଶୁଣାଣୀ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା “ଦିବ୍ୟାଙ୍ଗଜନ ସମାଧାନ”

ବ୍ରହ୍ମପୁର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ପାଇଁ ସ୍ୱତନ୍ତ୍ର ଭାବେ ଏକ ଅଭିଯୋଗ ଶୁଣାଣୀ ବ୍ୟବସ୍ଥା “ଦିବ୍ୟାଙ୍ଗଜନ ସମାଧାନ”ର ଆରମ୍ଭ ହୋଇଛି । ଜିଲ୍ଲାର ସମସ୍ତ ସବ-ଡିଭିଜନ କାର୍ଯ୍ୟାଳୟ ଓ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳ ପରିସରରେ ପ୍ରତ୍ୟେକ ସୋମବାର ଦିନ ଏହି ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାରେ ଥିବା ଦିବ୍ୟାଙ୍ଗ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ କରାଯିବ ।

dibyanga

ପୂର୍ବରୁ ଉପ- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ହେଉଥିବା ବେଳେ ବର୍ତ୍ତମାନ କେବଳ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏଭଳି ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ କରିଥିବାରୁ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ବ୍ରହ୍ମପୁର ସହରର ଦିବ୍ୟାଙ୍ଗ ମାନେ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି । ଆଜି ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ଦିବ୍ୟାଙ୍ଗଜନ ସମାଧାନ ଆରମ୍ଭ ହୋଇଥିବା ବେଳେ ମହାନଗର ନିଗମର ଡେପୁଟି କମିଶନର ଆତିତ୍ୟ ସ୍ୱାଇଁ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଆଜି 18 ଜଣ ଦିବ୍ୟାଙ୍ଗ ସେମାନଙ୍କ ଅଭିଯୋଗ ଜଣାଇଥିଲେ ।

Leave A Reply

Your email address will not be published.