ବାତ୍ଯା ‘ଗୁଲାବ’ ବେଳେ ଜନ୍ମନେଲା ନବଜାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଉଦ୍ୟମକୁ ପ୍ରଂଶସା କଲେ ସଭିଁଏ

ଭଞ୍ଜନଗର(କେନ୍ଯୁଜ୍): ବାତ୍ଯା ଗୁଲାବର ମୁକାବିଲା ନିମନ୍ତେ ଗଂଜାମ ଜିଲ୍ଲା ପ୍ରଶାସନ ଗ୍ରହଣ କରିଥିଲା ସମସ୍ତ ପ୍ରକାର ପଦକ୍ଷେପ । ବିଶେଷ କରି ଗର୍ଭବତୀ ମହିଳା ମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିଲା । ଏହି ଭଳି ସମୟରେ  ଧରାକୋଟ ବରଡାବିଲି ଅଂଚଳର ଜଣେ ଗର୍ଭବତି ମହିଳା ରିନିକାଲତା ବେହେରା ଆସିକା ଉପଖଣ୍ଡ ମେଡିକାଲରେ ଏକ ପୁତ୍ର ସନ୍ତାନ ମଧ୍ଯ ଜନ୍ମ ଦେଇଛନ୍ତି ।

ଯାହାକୁ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ ଟ୍ବିଇଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏବେ ଉଭୟ ମା ଓ ପୁଅ ସୁସ୍ଥ ଥିବା ଡାକ୍ତର କହିଛନ୍ତି ‌। ଏହିଭଳି ଘଡିସନ୍ଧି ସମୟରେ ସମସ୍ତଙ୍କ ଉଦ୍ୟମକୁ ମଧ୍ୟ ପ୍ରଂଶସା କରିଛନ୍ତି ସଂପୃକ୍ତ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.