ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ଯକ୍ଷ, ଉପାଧ୍ଯକ୍ଷାଙ୍କ ସମେତ ସମସ୍ତ ସଦସ୍ୟଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବୁଧବାର ଦିନ ମା’ ତାରିଣୀ ମନ୍ଦିରର କୈବର୍ତ୍ତ କୋଠ ଘର ପ୍ରାଙ୍ଗଣରେ ବନ୍ଧୁମିଳନ କାର୍ଯ୍ୟକ୍ରମ ହୋଇଥିଲା । ପୁରୁଷୋତ୍ତମପୁର ବ୍ଲକର 36 ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷା ଅଞ୍ଜଳି ସ୍ୱାଇଁ, ଉପାଧ୍ଯକ୍ଷା ରଜେଶ୍ୱରି ଦୋରା ଆଗାମୀ ରଣନୀତି ଉପରେ ଆଲୋଚନା କରିଥିଲେ ।
ସରକାର ବଦଳିବା ପରେ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାରଙ୍କ ଶାସନ ହୋଇଛି । ଏଣୁ ଆଗାମୀ ଜିଲ୍ଲା ପରିଷଦ ବୈଠକରେ ତାର ମୁକାବିଲା କରିବା ପାଇଁ ବୈଠକରେ ସମସ୍ତଙ୍କର ସହଯୋଗ ଲୋଡ଼ାଯାଇଥିଲା । ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ କାମ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା ।