ଗଞ୍ଜାମ: ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଅନୁମତି ଦେଲେ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ୍‌): ଗଞ୍ଜାମରେ ପୂଜା ପାଇଁ ଗାଇଡ୍‌ଲାଇନ୍‌ । ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ୍‌ ପାଳନ କରି ମଣ୍ଡପରେ ପୂଜା କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଅନୁମତି ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ଘରେ ହିଁ ପୂଜା କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ତେବେ ପୂଜା କମିଟିର ଅନୁରୋଧ କ୍ରମେ ମଣ୍ଡପରେ ପୂଜା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି।

ସୂଚନା ମୁତାବକ ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟ୍‌ ରହିବ। ଡାକବାଜି ଯନ୍ତ୍ରର ବ୍ୟବହାର ହେବ ନାହିଁ। ପୂଜାରୀ, କର୍ମକର୍ତ୍ତାଙ୍କୁ ମିଶାଇ ମଣ୍ଡପରେ ୭ ଜଣ ରହିବେ। ପୂଜା ମଣ୍ଡପରେ କୋଭିଡ ନିୟମ କଡ଼ାକଡ଼ି ପାଳନ ହେବ। ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯିବ। ସେହିଭଳି ବ୍ୟକ୍ତିଗତ ସଫାସୁତୁରା ସହ ସାନିଟାଇଜେସନ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ କୌଣସି ଶୋଭାଯାତ୍ରା ହେବ ନାହିଁ। ପ୍ରଶାସନ ଦ୍ୱାରା ନିର୍ମିତ କୃତ୍ରିମ ପୋଖରୀରେ ବିସର୍ଜନ କରାଯିବ। ନିୟମ ଉଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.