ଗଂଜାମରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସ୍ୱାଇଁ ଆହତ

ଗଂଜାମ(କେନ୍ଯୁଜ୍) : ପୋଲିସର ଆଉ ଏକ ବଡ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ସ୍ୱାଇଁ ଓରଫ ଜିତୁ ଆହତ । ତା ଡାହାଣ ଗୋଡରେ ଗୁଳି ବାଜିଛି। ଚିକିତ୍ସା ପାଇଁ ଜିତେନ୍ଦ୍ରକୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହିଞ୍ଜିଳି-ଶେରଗଡ଼ ରାସ୍ତା ଡେଙ୍ଗରପଦର ଛକରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଜିତେନ୍ଦ୍ର ଓ ତାର ସହଯୋଗୀ। ପୋଲିସ ଉପରକୁ ସେମାନେ ଗୁଳି ଚଳାଇ ଖସି ଯିବା ପାଇଁ ଚେଷ୍ଟା କରିଥିଲେ । ପାଲଟା ଗୁଳି ଚଳାଇଥିଲା ପୋଲିସ ।

gunଜିତେନ୍ଦ୍ର ଗୋଡରେ ଗୁଳି ବାଜିଥିବାବେଳେ ତା ସହଯୋଗୀ ଖସି ଯାଇଛି। ତା ନିକଟରୁ ଗୋଟେ ମାଉଜର, ବୁଲେଟ୍‌, ମୋବାଇଲ୍‌ ଓ ବାଇକ୍‌ ଜବତ ହୋଇଛି। ବିଭିନ୍ନ ହତ୍ୟା ସମେତ ବିଭିନ୍ନ ଅପରାଧିକ ମାମଲାରେ ଜିତେନ୍ଦ୍ର ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି।