ଗଞ୍ଜାମ ଜିଲ୍ଲା ହେଲା ବାଲ୍ୟ ବିବାହ ମୁକ୍ତ: ଘୋଷଣା କଲେ ଜିଲ୍ଲାପାଳ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା। ଏ ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ବାଲ୍ୟ ବିବାହ ରୋକିବାକୁ ନିର୍ଭୟା କଢ଼ି ଯୋଜନା ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି। ଏହି ଯୋଜନା କାର୍ଯ୍ୟକାରୀ ହେବା ପରଠାରୁ ୨୦୧୯ରେ ୪୫, ୨୦୨୦ରେ ୨୨୮ ଏବଂ ୨୦୨୧ରେ ୨୦୧ ବାଲ୍ୟ ବିବାହ ରୋକା ଯାଇ ପାରିଥିଲା।
ଜିଲ୍ଲାରେ ୩୩୦୯ ବାଲ୍ୟ ବିବାହ ମୁକ୍ତ ଗାଁ , ସହରାଞ୍ଚଳରେ ୨୮୦ ବାଲ୍ୟ ବିବାହ ମୁକ୍ତ ୱାର୍ଡ ଏବଂ ୫୦୩ଟି ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ରହିଛି। ଏଣିକି ବାଲ୍ୟ ବିବାହର ପ୍ରଥମ ସୂଚନାପ୍ରଦାନକାରୀଙ୍କୁ ୫ ହଜାର ଟଙ୍କା ପରିବର୍ତ୍ତେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।