ଓଡ଼ିଆ ପରମ୍ପରାରେ ଗଞ୍ଜପା ତାସ୍, କଣ ଏହି ଖେଳ ଜାଣନ୍ତୁ

ବ୍ରହ୍ମପୁର (କେନ୍ୟୁଜ୍) : ମନୋରଞ୍ଜନର ଅନେକ ମାଧ୍ୟମ ରହିଛି ଆମ ଦେଶରେ । ତା ଭିତରୁ ଗୋଟିଏ ହେଉଛି ଗଞ୍ଜପା ସାର ବା’ ଚକା ତାସ୍ । ଅନେକ ବର୍ଷ ତଳୁ ଆମ ପରମ୍ପରା ସଂସ୍କୃତି ସହ ଜଡ଼ିତ ହୋଇ ରହି ଆସିଛି ଏହି ଖେଳ । ଏବେବି ଗାଁ ଆମ୍ବ ତୋଟା ହେଉ କିମ୍ବା ମଣ୍ଡପରେ ବେଳେ ବେଳେ ଗଞ୍ଜପା ସାର ଖେଳ ଦେଖିବାକୁ ମିଳେ। ଗଞ୍ଜପା ୯୬, ୧୨୦, ୧୪୪ ଏମିତି ମୁଠା ସାରରେ ଖେଳ ହୋଇଥାଏ। ଆଠ ରଂଗୀ, ଦଶରଙ୍ଗୀ, ବାର ରଙ୍ଗୀ, ଚଉଦ ରଙ୍ଗୀ, ଷୋହଳ ରଙ୍ଗୀ, କୋଡିଏ ରଙ୍ଗୀ, ଅଠେଇସ ରଙ୍ଗୀରେ ତାସ ମୁଠା ହୋଇଥାଏ।

GANJAPA-2

ଦଶାବତାର, ରାମାୟଣର ଚିତ୍ର ଓ ଚରିତ୍ର ଆଦି ଏଥିରେ ସ୍ଥାନ ପାଇଥାଏ। ଓଡ଼ିଶାର ରଘୁରାଜପୁରରେ ମୋଗଲ ଗଞ୍ଜପା, ଦଶାବତାର ଗଞ୍ଜପା, ଗଂଜାମର ଚିକିଟିରେ ଅଷ୍ଟମଲ୍ଲ ସାର, ଦିଗପହଣ୍ଡିରେ ବନ୍ଧସାର, ପାରଳାଖେମୁଣ୍ଡିରେ ଚଢେଇ ସାର, ସୋନପୁରରେ ରାମାୟଣ ଚିତ୍ରିତ ସାର କରାଯାଇଥାଏ।

GANJAPA-3

ଗଞ୍ଜପା ସାର ପୁରୁଣା ଛିଣ୍ଡା କନାକୁ ତେନ୍ତୁଳି ମଞ୍ଜି ଅଠା ଲେପ ଦିଆଯାଇଥାଏ । ଏହା ପରେ ଗୋଲା ଅକୃତିରେ କଟା ଯାଇ ଖଡ଼ି ଲେପ ଦିଆଯାଏ। ଶୁଖିଗଲା ପରେ ଚିତ୍ର କରାଯାଏ। ଓଡ଼ିଶାର ଜଗନ୍ନାଥ ସଂସ୍କୃତିରେ ମଧ୍ୟ ଗଞ୍ଜପା ଚିତ୍ର ଦେଖିବାକୁ ମିଳେ। ୧୫୨୭ ଖ୍ରୀଷ୍ଟାବ୍ଦରୁ ଗଞ୍ଜପାର ସୃଷ୍ଟି ବୋଲି କୁହାଯାଏ । ଗୋଲିଆ ତାସ ହାତରେ ଧରି ଖେଳିବାକୁ ଭଲ ଲାଗେ ସଭିଙ୍କୁ। ତାସ୍ ମୁଠାର ମୂଲ୍ୟ ୧୫୦୦ ଟଙ୍କା । ତେବେ ସମୟ ସ୍ରୋତରେ ଗଞ୍ଜପା ତାସ ତିଆରି କରୁଥିବା କାରିଗରଙ୍କ ସଂଖ୍ୟା କମି ଯାଇଛି । କେବଳ ଅତୀତର ଗାଥା ଭାବେ ସ୍ମାରକୀ ହୋଇ ରହି ଯାଇଛି।