ଯାତ୍ରୀବାହି ବସ୍ ରୁ ଗଞ୍ଜେଇ ଜବତ, ଦୁଇ ଚାଲାଣକାରି ଗିରଫ 

ଗଜପତି ଜିଲ୍ଲା ଅଡବା ପୋଲିସ୍ ଶନିବାର ସକାଳ ସମୟରେ ପାଇ ଗୁଡ଼ାରୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାମଧେନୁ ନାମକ ଏକ ଘରୋଇ ଯାତ୍ରୀବାହି ବସ୍ରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଚାଲାଣକାରିଙ୍କୁ ଗିରଫ କରିଛି l

ମୋହନା(କେନ୍ୟୁଜ):  ଗଜପତି ଜିଲ୍ଲା ଅଡବା ପୋଲିସ୍ ଶନିବାର ସକାଳ ସମୟରେ ପାଇ ଗୁଡ଼ାରୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା କାମଧେନୁ ନାମକ ଏକ ଘରୋଇ ଯାତ୍ରୀବାହି ବସ୍ରୁ ଗଞ୍ଜେଇ ଜବତ କରିବା ସହ ଦୁଇ ଚାଲାଣକାରିଙ୍କୁ ଗିରଫ କରିଛି l

ପୋଲିସ ବିଶ୍ୱସ୍ତ ସୁତ୍ର ରୁ ଖବର ପାଇ ଅଡବା ରେ ବସ୍ ଟିକୁ ଯାଞ୍ଚ କରିଥିଲା ସେଥିରୁ ଦୁଇଟି ବ୍ୟାଗ ରୁ 23 କେଜି 900 ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା l ତେଵେ ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଇଛି l ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡା ଜ଼ିଲ୍ଲା ନୂଆଗଡ଼ର ରମେଶ ନାୟକ ଏବଂ ଅଡବା ଥାନା ଜାରଗଣ୍ଡାର ମାର୍ସଲ ଲିମା l

ପୋଲିସ ବସ୍କୁ ଅଟକ ରଖିବା ସହ ବସ୍ ଡ୍ରାଇଭର ଏବଂ ବସ୍ ର କର୍ମଚାରୀମାନଙ୍କୁ ଘଟଣାରେ ସାକ୍ଷୀ ଭାବେ ରଖିଛି l ଅଟକ ବସ୍ର ଯାତ୍ରୀମାନଙ୍କୁ ଅନ୍ୟ ବସ୍ ଦ୍ୱାରା ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି l ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରି ଅଧିକାରୀ ଲକ୍ଷ୍ମଣ ବିଶ୍ରା ସୂଚନା ଦେଇଛନ୍ତି l

Leave A Reply

Your email address will not be published.