ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସି : ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ଭୁବନେଶ୍ୱର : ରାଜ୍ୟରେ ତେଲ ଟାଙ୍କିରେ ହେଉଛି ଗଫଲତି ଏବଂ ଓଜନରେ ଠକୁଛନ୍ତି ଗ୍ୟାସ ଏଜେନ୍ସି । ଜାତୀୟ ଉପଭୋକ୍ତା ଦିବସ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏମିତି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ରାଜ୍ୟରେ 371 ଟାଙ୍କିରେ କମ ତେଲ ଆସୁଛି । 5 ଲିଟର ତେଲ ନେଲେ 30ରୁ 40 ଗ୍ରାମ କମ ଆସୁଛି । ସେହିଭଳି ଗ୍ୟାସ ରେ ବି ଠକେଇ ହେଉଛି । 14 କେଜି 19 କେଜି ଗ୍ୟାସରେ ଓଜନରେ ଠକେଇ ହେଉଛି । ସେଥିପାଇଁ ଜିଲ୍ଲା ସ୍ତର ଏବଂ ରାଜ୍ୟ ସ୍ତରରେ କଂଜୁମର କୋର୍ଟକୁ ସଶକ୍ତ କରାଯିବ ।
ଅତୀତରେ ବ୍ୟବସ୍ଥା ଖରାପ ହୋଇ ଯାଇଛି । ଯୋଗାଣ ଅଫିସରେ ଷ୍ଟାପ ନାହାନ୍ତି । କେଉଁ କେଉଁଠି ଜଣେ ଲେଖାଇଁ କର୍ମଚାରୀ ଅଛନ୍ତି । 24 ବର୍ଷରେ ବ୍ୟବସ୍ଥା ଖରାପ ହୋଇ ଯାଇଛି । ଆମକୁ ସଜାଡି଼ବାକୁ ପଡିବ । ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇଛନ୍ତି । ତେଲ ଟାଙ୍କି ଓ ଗ୍ୟାସ ଏଜେନସି ଗୁଡିକରେ ଚେକ କରିବାକୁ ପଡିବ ।