ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ ଘଟଣା, ମୃତ୍ଯୁସଂଖ୍ଯା ୪କୁ ବୃଦ୍ଧି
ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ଗ୍ୟାସ୍ ଲିକ୍ ହୋଇ ୪ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ୪ ଜଣ କର୍ମଚାରୀ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିଲା । ତେବେ କିଛି ସମୟ ପରେ ୨ ଜଣଙ୍କର ଜୀବନ ଚାଲିଯାଇଥିବାବେଳେ ବର୍ତ୍ତମାନ ଆଉ ୨ଜଣଙ୍କର ମୃତ୍ଯୁ ହୋଇଥିବା ଖବର ମିଳିଛି ।
ତେବେ ଅସୁସ୍ଥ ୪ କର୍ମଚାରୀଙ୍କୁ ପ୍ରଥମେ IGHରେ ଭର୍ତ୍ତି କରାଯାଇଥିଲା। ସୂଚନା ଥାଉକି, କୋଲ୍ କେମିକାଲ୍ ଡିପାଟମେଣ୍ଟରେ ଗ୍ୟାସ୍ ଲିକ୍ ହେଉଛି । ତେବେ ଗ୍ୟାସ୍ ଲିକ୍ର କାରଣ ଜଣାପଡିନାହିଁ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅସୁସ୍ଥ ମାନଙ୍କୁ ଉଦ୍ଧାର କରିଥିଲା।