ଗ୍ୟାସ ଲିକ୍‌ ହୋଇ ହଠାତ୍ ଲାଗିଲା ନିଆଁ, ପ୍ରାଣ ବିକଳରେ ଘର ଛାତ ଉପରୁ ଡେଇଁ ୩ ଗୁରୁତର

ବ୍ରହ୍ମପୁର(କେନ୍ଯୁଜ୍): ଗ୍ୟାସ୍‌ ଲିକ୍‌ରୁ ଅଘଟଣ। ପ୍ରାଣ ବିକଳରେ ଘର ଛାତ ଉପରୁ ଡେଇଁ ୩ ଗୁରୁତର। ବ୍ରହ୍ମପୁର ଶ୍ରୀରାମ ନଗର ପ୍ରଥମ ଲାଇନର ଶ୍ରୀହରି ବାବୁଙ୍କ ଘରେ ଘଟିଛି ଏହି ଅଘଟଣ।

ଆଜି ସକାଳୁ ରୋଷେଇ ଚାଲୁଥିବାବେଳେ ହଠାତ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଫଳରେ ପ୍ରାଣ ବିକଳରେ ୩ଜଣ ଛାତ ଉପରକୁ ଯାଇ ତଳକୁ ଡେଇଁ ପଡିଥିଲେ। ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି।

Leave A Reply

Your email address will not be published.